Below header

ଆଜି ଆନ୍ତର୍ଜାତିକ ଆର୍ଟ ଅଫ୍ ଗିଭିଂ ଦିବସ, ଭାରତ ସମେତ ବିଶ୍ୱର ୧୨୦ଟି ଦେଶରେ ଏକକାଳୀନ ଭାବେ ଚାଲିଛି କାର୍ଯ୍ୟକ୍ରମ

ଆଜି ଆନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂର ଷଷ୍ଠ ପ୍ରତିଷ୍ଠା ଦିବସ । ଭାରତ ସମେତ ବିଶ୍ୱର ୧୨୦ଟି ଦେଶରେ ଏକକାଳୀନ ଭାବେ ଚାଲିଛି କାର୍ଯ୍ୟକ୍ରମ । ଏକ ଲକ୍ଷ କେନ୍ଦ୍ରରେ ୨ କୋଟିରୁ ଅଧିକ ପିଲା ଓ ଲୋକଙ୍କୁ ପାଠ୍ୟଉପକରଣ ବଣ୍ଟନ କରାଯାଉଛି । ଚଳିତ ବର୍ଷର ଥିମ୍‌ ରହିଛି ବ୍ୟାଗ ଅଫ୍‌ ହାପିନେସ୍‌ ଅର୍ଥାତ ଖୁସିର ବ୍ୟାଗ୍‌ । ଆଜିଠାରୁ ବିଧିବଦ୍ଧ ଭାବେ ସପ୍ତାହେ ବ୍ୟାପୀ ପାଳନ ହେଉଛି ଏହି କାର୍ଯ୍ୟକ୍ରମ।

ଭୁବନେଶ୍ୱର କିସ୍‌ ଓ କିଟ୍‌ କ୍ୟାମ୍ପସରେ ଆୟୋଜିତ ହୋଇଛି ଆର୍ଟ ଅଫ୍‌ ଗିଭିଂ । କିଟ୍‌, କିସ୍‌ ତଥା ଆର୍ଟ ଅଫ ଗିଭିଂ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ଅବସରେ ଡକ୍ଟର ସାମନ୍ତ କହିଛନ୍ତି, କିଟ୍‌ ଓ କିସ୍‌ ହେଉଛି ଆର୍ଟ ଅଫ୍‌ ଗିଭିଂର ଶ୍ରେଷ୍ଠ ଉଦାହରଣ । ୨୭ ବର୍ଷ ଧରି କିଟ୍‌ ଓ କିସ୍‌ ଆର୍ଟ ଅଫ୍‌ ଗିଭିଂ କରି ଆସୁଛନ୍ତି । କିଟ୍‌ ଦାନ କରୁଛି ଓ କିସ୍‌ ଗ୍ରହଣ କରୁଛି । ଏହା ହିଁ ଆର୍ଟ ଅଫ୍‌ ଗିଭିଂ । ପ୍ରତ୍ୟେକ ବ୍ୟକ୍ତି ଆର୍ଟ ଅଫ୍‌ ଗିଭିଂ କରିବା ପାଇଁ ଇଚ୍ଛା ପ୍ରକଟ କରିଥାନ୍ତି । ସେମାନଙ୍କୁ ଉପଯୁକ୍ତ ସୁଯୋଗ ଆବଶ୍ୟକ । ତାହା ହିଁ ଆର୍ଟ ଅଫ୍‌ ଗିଭିଂ ଯୋଗାଇ ଦେଇଛି । ଗତବର୍ଷ ଗୋଟିଏ ଦିନରେ କୋଟିଏ ଲୋକ ଖାଇଥିଲେ ।

ଚଳିତବର୍ଷ ଶିକ୍ଷାକୁ ଆଧାର କରି ପ୍ରସ୍ତୁତ କରାଯାଇଛି ଆର୍ଟ ଅଫ୍‌ ଗିଭିଂର ଥିମ୍‌ । ପିଲାମାନଙ୍କୁ ବିଭିନ୍ନ ପ୍ରକାର ପାଠ୍ୟପୁସ୍ତକ, କଲମ, ଖାତା ଆଦି ପ୍ରଦାନ କରାଯାଉଛି । ଚଳିତବର୍ଷ ୟୁନେସ୍କୋ ଓ ମହାତ୍ମାଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଏଜୁକେସନ୍‌ ଫର୍‌ ପିସ୍‌ ଆଣ୍ଡ ସଷ୍ଟେନେବୁଲ୍‌ ଡେଭଲପମେଣ୍ଟ ବା ଏମ.ଜି.ଆଇ.ଇ.ପି ସହଭାଗିତାରେ ଆର୍ଟ ଅଫ୍‌ ଗିଭିଂ ଅନୁଷ୍ଠିତ ହେଉଛି । ସମାଜରେ ଲୋକମାନଙ୍କ ମଧ୍ୟରେ ଖସି ଓ ଶାନ୍ତି ବାଣ୍ଟିବା ଏହାର ମୁଖ୍ୟ ଉଦ୍ଦେଶ୍ୟ । ତାପରଠୁ ପ୍ରତିବର୍ଷ ମେ ୧୭ ତାରିଖରେ ପାଳିତ ହୋଇ ଆସୁଛି ଅନ୍ତର୍ଜାତିକ ଆର୍ଟ ଅଫ୍‌ ଗିଭିଂ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.