ଟଏଲେଟ୍ ସିଟ୍ କଭର ଏବଂ ଜୋତାରେ ହିନ୍ଦୁ ଦେବାଦେବୀଙ୍କ ଛବି, ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତେଜିଲା ଦାବି

ମୁମ୍ବାଇ: ଅନଲାଇନ୍ ରିଟେଲର କମ୍ପାନି ଆମାଜନ ଏବେ ଭାରତରେ ଅଡ଼ୁଆରେ ପଡ଼ିଛି। ଏହି କମ୍ପାନି ବିକ୍ରି କରୁଥିବା ଟଏଲେଟ୍ ସିଟ୍ କଭର ଏବଂ ଜୋତାରେ ହିନ୍ଦୁ ଦେବାଦେବୀଙ୍କ ଛବି ରହିଛି। ଏହାକୁ ସୋସିଆଲ ମିଡିଆରେ ଭାରତୀୟମାନେ ତୀବ୍ର ବିରୋଧ କରିଛନ୍ତି। ଏଥିସହିତ ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଟ୍ବିଟର ବ୍ୟବହାରକାରୀମାନେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଅନୁରୋଧ କରିଛନ୍ତି। ବର୍ଜନ କର ଏବେ ଟ୍ବିଟରରେ ପ୍ରମୁଖ ଧାରା ହୋଇଛି।

AmazonPrimeକେତେକ ଟ୍ବିଟର ବ୍ୟବହାରକାରୀ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କୁ ଟ୍ୟାଗ୍ କରି ଆମାଜନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଆମାଜନର ଆମେରିକା ୱେବସାଇଟରେ ପାଇଖାନା ସିଟ୍ କଭର, ଯୋଗ ମ୍ୟାଟ, ଚପଲ ଏବଂ ଅନ୍ୟ କେତେକ ସାମଗ୍ରୀରେ ହିନ୍ଦୁ ଦେବଦେବୀ ଏବଂ ହିନ୍ଦୁଧର୍ମର ପ୍ରତୀକ ସ୍ଥାନ ପାଇଛି। ତେବେ କେତେକ ସାମଗ୍ରୀ ଏବେ ବିକ୍ରି ପାଇଁ ଉପଲବ୍ଧ ହେଉନାହିଁ। ତେଣୁ କମ୍ପାନି ୨୦୧୭ରେ ଯେଭଳି ଏହାର ସାଇଟ୍‌ରୁ ସାମଗ୍ରୀକୁ ପ୍ରତ୍ୟାହାର କରି ନେଇଥିଲା ଏବେ ତାହା କରିଛି ବୋଲି ଅନୁମାନ କରାଯାଉଛି। ତେବେ ଏ ନେଇ ‌ଆମାଜନର ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.