ଫନି ପରେ ରାଜଧାନୀରେ ମାତିଛନ୍ତି ଲୁଟେରା, ଲୁଟ୍‌ରେ ପିଲାଙ୍କୁ ନିୟୋଜିତ କରୁଛନ୍ତି

ଭୁବନେଶ୍ବର (କେନ୍ୟୁଜ୍) : ମାତିଛନ୍ତି ଲୁଟେରା। ବାତ୍ୟା ଫନିରେ ଏତେ ମାତ୍ରାରେ କ୍ଷୟକ୍ଷତି ହେବା ପରେ ଏବେ ସ୍ଥିତି ଅଳ୍ପ ସୁଧୁରିବାରେ ଲାଗିଛି। ଏମିତି ପରିସ୍ଥିର ସୁଯୋଗ ନେଇ ଲୋକମାନଙ୍କର ନିଦ ଉଡାଉଛନ୍ତି ଲୁଟେରାମାନେ। ରାଜ୍ୟରେ ଅନେକ ସ୍ଥାନରେ ଭଲଭାବେ ବିଦ୍ୟୁତ ଯୋଗାଣ ହୋଇ ପାରିନାହିିଁ । ଆଉ ଏହାରି ସୁଯୋଗ ନେଇ ଲୁଟେରା ଲୁଟି ଚାଲିଛନ୍ତି । ରାଜ୍ୟରେ ବିଭିନ୍ନ ସ୍ଥାନରେ ଚୋରି ହେଉଥିବାର ଅଭିଯୋଗ ଆସୁଛି।

ବିଶେଷ କରି ରାଜଧାନୀରେ ମାତିଛନ୍ତି ମୋବାଇଲ୍‌ ଲୁଟେରା । ସେମାନଙ୍କ ଏକ ର‍୍ୟାକେଟ୍‌ ଅତି ଚତୁରତାର ସହ କାମ କରୁଛି । ସେମାନେ ବିଭିନ୍ନ ହାଟ ବଜାରକୁ ଟାର୍ଗେଟ୍‌ କରୁଛନ୍ତି ଏବଂ ଲୁଟ୍‌ ପାଇଁ ଛୋଟ ପିଲାଙ୍କୁ କାମରେ ଲଗାଉଛନ୍ତି । ପରିବା ଆଦି କିଣିବା ବେଳେ ଆପଣ ଟିକେ ଅସାବଧାନ୍‌ ହେଲା ମାତ୍ରେ ସେମାନେ ମୋବାଇଲ୍‌ ଝାମ୍ପି ନେଇ ଚମ୍ପଟ୍‌ ମାରୁଛନ୍ତି । ଏଭଳି କିଛି ମାମଲା ନୂଆପଲ୍ଲୀ ଏବଂ ଆଖପାଖ ଥାନାରେ ରୁଜୁ ହୋଇଛି । ହେଲେ ଏହି ପିଲା ଲୁଟେରାଙ୍କୁ ଧରିବା ସମ୍ଭବ ହୋଇନାହିଁ । ତେବେ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ବାହାରୁ ଆସିଥିବା କିଛି ବ୍ୟକ୍ତି ଛୋଟ ଛୋଟ ପିଲାମାନଙ୍କୁ ଏହି କାମରେ ଲଗାଉଛନ୍ତି । ତେଣୁ ଜନଗହଳି ସ୍ଥାନ ଏବଂ ହାଟ ବଜାରରେ କାରବାର କଲା ବେଳେ ସାବଧାନ୍‌ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.