Below header

ରଖେ ହରି ତ ମାରେ କିଏ, ଭାସି ଯାଉଥିବାବେଳେ ଉଦ୍ଧାର ହେଲା ନାବାଳକ

ବଣାଇ (କେନ୍ୟୁଜ) : କଥାରେ ଅଛି ରଖେ ହରି ତ ମାରେ କିଏ। ଯାହାର ଆୟୁଷ ପୂରି ନଥିବ ତାକୁ କଣ ଯମ ନେଇପାରେ। ଏପରି ଏକ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ କେ.ବଲାଙ୍ଗ ଥାନା କମାରପୋଷ ଗାଁରେ। ସୂଚନା ଅନୁଯାୟୀ କୁରାଢ଼ିନାଳକୁ ପାଞ୍ଚ ଜଣ ନାବାଳକ ଗାଧୋଉଥିବାବେଳେ ହଠାତ ଉପରେ ଥିବା ଡ୍ୟାମ ପାଣି ଛାଡି ଦେଇଥିବାବେଳେ ପାଣି ବଢ଼ିଯିବାରୁ ଚାରି ଜଣ ପହଁରି କୂଳକୁ ପଳେଇ ଆସିଥିଲେ। କିନ୍ତୁ ଜଣେ ନାବାଳକ ପାଣି ମଝିରେ ଥିବା ପଥରରେ ଅଟକି ଯାଇଥିଲା। ଆଉ ତାପରେ ଧିରେ ଧୀରେ ପଥର ବୁଡିବାକୁ ଲାଗିଥିଲା, ପାଣିର ସ୍ରୋତ ଥିବା ଯୋଗୁଁ ଗ୍ରାମବାସୀ ମଧ୍ୟ ଉଦ୍ଧାର କରିପାରିନଥିଲେ। ତେବେ ଅଗ୍ନଶମ ବିଭାଗକୁ ଜଣାଇବାକୁ ପରେ ବଣାଇ ଓ ଲହୁଣୀପଡା ଅଗ୍ନିଶମ ବିଭାଗ ପହଁଚି ଉଦ୍ଧାର କାମ ଜାରି ରଖିଥିଲେ। ଦୀର୍ଘ ଦୁଇ ଘଣ୍ଟା ପରେ ନାବାଳକଟିକୁ ଉଦ୍ଧାର କରାଯାଇଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.