ରଜରେ ଲାଗିଲା କରୋନା ଗ୍ରହଣ, ମାସ୍କ ପିନ୍ଧି ରଜ ସଂକ୍ରାନ୍ତି ପାଳୁଛନ୍ତି ପିଲା

ଆଜି ରଜ ସଂକ୍ରାନ୍ତି । ଗାଁଠୁ ସହର ସବୁଠି ମଉଜ । କିନ୍ତୁ ଚଳିତବର୍ଷ କରୋନା କଟକଣା ଯୋଗୁ ଟିକେ ଫିକା ପଡ଼ିଛି ରଜ ପର୍ବ । ଗାଁ ଗହଳିରେ ନାହିଁ ପୂର୍ବ ବର୍ଷ ଭଳି ମାହୋଲ । କିନ୍ତୁ ପରମ୍ପରା ଅନୁସାରେ ଝିଅ ବୋହୂମାନେ ସକାଳୁ ସକାଳୁ ପିଠାପଣା କରିବା ସହ ରଜ ଦୋଳିର ମଜା ନେଉଛନ୍ତି । ଘର ଭିତରେ ସମସ୍ତେ ପାଳୁଛନ୍ତି ରଜ ପର୍ବ । ଘରେ ଘରେ ପ୍ରସ୍ତୁତ ହୋଇଛି ନାନା ପିଠାପଣା । ତାସାଙ୍ଗକୁ ସୁଆଦିଆ ବ୍ୟଞ୍ଜନ । ଏ ବର୍ଷ କରୋନା ଯୋଗୁ କେହି ବାହାରକୁ ବୁଲି ଯାଉ ନାହାନ୍ତି । ଘର ଭିତରେ ଆପଣାର ଲୋକଙ୍କ ଗହଣରେ ସମସ୍ତେ ପାଳୁଛନ୍ତି ରଜ ପର୍ବ । ସମସ୍ତେ ଘର ଭିତରେ ରହୁଥିବାରୁ ଏବର୍ଷ ଜମିବ ତାସ, ଲୁଡୁ ପାଲିର ଆସର । କିନ୍ତୁ ବାହାରେ କଟକଣା ଜାରି ହୋଇଥିବାରୁ କବାଡ଼ି ଓ ଦୋଳି ଖେଳ ହେବ ନାହିଁ ।

ସେପଟେ ମାସ୍କ ପିନ୍ଧି ରଜ ପାଳୁଛନ୍ତି ପିଲା, ଗାଇଡ୍‌ କରୁଛନ୍ତି ଆଶାକର୍ମୀ। ଜଗତସିଂହପୁର ଜିଲ୍ଲାର ପୁରପଲ୍ଲିରେ ଏହିପରି ରଜ ପାଳନ କରିଛନ୍ତି ପିଲାଏ । ଘର ଘର ବୁଲି ପିଠାପଣା, ପାନ ଖିଆ ସାଙ୍ଗକୁ ରଜ ଦୋଳି ଖେଳିଛନ୍ତି। ହେଲେ ସମ୍ପୂର୍ଣ୍ଣ ସୁରକ୍ଷା ମଧ୍ୟରେ। ସେହିପରି ପାରାଦ୍ବୀପରେ ପୂରା ପରିବେଶ ଖାଁ ଖାଁ ଦେଖିବାକୁ ମିଳିଛି। ପ୍ରତିବର୍ଷ ଭଳି ବାହାରେ କାହାରିକୁ ଦେଖିବାକୁ ମିଳି ନଥିବା ବେଳେ କୌଣସି ପ୍ରତିଯୋଗିତାର ମଧ୍ୟ ଆୟୋଜନ ହୋଇନଥିଲା। ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଓ ବର୍ଷା ମଧ୍ୟରେ ନା ଦେଖାଥିଲା ଆୟୋଜକଙ୍କର ନା ଭାଗ ନେଉଥିବା ପ୍ରତିଯୋଗୀ ଆସିଥିଲେ। କେବଳ ପରିବାର ସହ ରଜ ପାଳୁଛନ୍ତି ସଭିଏଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.