ସୁଶାନ୍ତଙ୍କ ବିୟୋଗରେ ସ୍ତବ୍ଧ କ୍ରୀଡା ଜଗତ, ଟ୍ଵିଟ୍‌ କରି ଶୋକ ଜଣାଇଲେ କ୍ରିକେଟ ଖେଳାଳି

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମୁମ୍ବାଇ ସ୍ଥିତ ବାନ୍ଦ୍ରା ବାସଭବନରେ ରବିବାର ଆତ୍ମହତ୍ୟା କରିଛନ୍ତି । ସେ ନିଜ ବାସଭବନରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ତାଙ୍କ ବିୟୋଗରେ କ୍ରୀଡ଼ା ଜଗତ ସ୍ତବ୍ଧ ହୋଇଯାଇଛି ।

rajput

ସୁଶାନ୍ତ ଭାରତର ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ‘ଏମ୍ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ଧୋନିଙ୍କ ଭୂମିକା ତୁଲାଇ କ୍ରିକେଟ୍ପ୍ରେମୀଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ।

ଏହି ଫିଲ୍ମରେ ସେ ଧୋନିଙ୍କ ଚରିତ୍ରକୁ ଜୀବନ୍ତ ରୂପ ଦେଇ ପ୍ରଶଂସା ସାଉଁଟିଥିଲେ । ତାଙ୍କୁ ଫିଲ୍ମ ଜଗତର ‘ରିଲ୍ ଧୋନି’ ମଧ୍ୟ କୁହାଯାଉଥିଲା । ତାଙ୍କ ଆତ୍ମହତ୍ୟା ଘଟଣା କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ କରି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସମେତ ଅନେକ କ୍ରିକେଟର ଶୋକ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.