କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ସାଲିଆସାହି କରୋନା ରୋଗୀ, ପୁଣି ପୋଲିସ ଉଠାଇ ନେଲା କାହିଁକି ?

ଭୁବନେଶ୍ଵର (କେନ୍ୟୁଜ ବ୍ୟୁରୋ): ସଲିଆସାହିରେ ପୋଲିସ ଜନତା ମୁହାଁମୁହିଁ । ଡିସ୍ଚାର୍ଜ କରୋନା ଆକ୍ରାନ୍ତ ରୋଗୀକୁ ପୁନର୍ବାର ହସ୍ପିଟାଲକୁ ନେବା ଘଟଣାକୁ କେନ୍ଦ୍ର କରି ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସ୍ଟୁଷ୍ଟି ହୋଇଛି । 10 ଦିନ ତଳେ ଜଣେ କରୋନା ଆକ୍ରାନ୍ତ ରୋଗୀ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ ।

କରୋନାରେ ଆକ୍ରାନ୍ତ ହୋଇଥିବା ୨୩ ବର୍ଷୀୟ ମହିଳା ସୁସ୍ଥ ହୋଇ ଅପରାହ୍ନ ୪ଟାରେ ଘରକୁ ଫେରିଥିଲେ । ସୁସ୍ଥ ହୋଇ ନବଜାତକ ସହ ବସ୍ତିରେ ନିଜ ଘରେ ଆସି ପହଞ୍ଚିଥିଲେ । କିନ୍ତୁ ରାତି ୯ଟା ବେଳକୁ ହଠାତ୍‌ ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସି ଓ ପୁଲିସ ଆସି ତାଙ୍କୁ ନେବା ପାଇଁ ଘରେ ଆସି ପହଞ୍ଚିଥିଲେ । ହସ୍ପିଟାଲ କର୍ତ୍ତୃପକ୍ଷ ଉକ୍ତ ସୁସ୍ଥ ରୋଗୀକୁ ଡିସ୍ଚାର୍ଜ କରିଥିଲେ । ପୁନର୍ବାର ପୋଲିସ କର୍ମଚାରୀ ଉକ୍ତ ରୋଗୀଙ୍କୁ ହସ୍ପିଟାଲ ନେବାକୁ ଆସିଥିବା ବେଳେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ଶେଷରେ ପୋଲିସ ସାଧାରଣ ଲୋକଙ୍କୁ ବୁଝାସୁଝା କରି କରୋନା ରୋଗୀଙ୍କୁ ହସ୍ପିଟାଲକୁ ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.