Below header

ସେ ଛାଡି ଚାଲିଗଲେ ଦୁନିଆ ହେଲେ, ଆଜିବି ଅନ୍ୟ ଦେହରେ ଜୀବିତ ତାଙ୍କ ଅଙ୍ଗ

ନବରଙ୍ଗପୁର ଜିଲ୍ଲା ନାନ୍ଦାହାଣ୍ଡି ବ୍ଲକ ପଡାଳଗୁଡ଼ା ଗ୍ରାମର ସ୍ୱର୍ଗତଃ ଜେ.ଊଷା ରାଣୀ । ଯିଏ ପାରଳାଖେମୁଣ୍ଡିରେ ବିବାହ କରିଥିଲେ । ତେବେ ଊଷା ରାଣୀଙ୍କ ହସ ଖୁସି ସଂସାର ସୁଖୁ ଖୁରୁରେ ଚାଲିଥିବାବେଳେ, ହଠାତ୍ ସବୁ କିଛି ଓଲଟ ପାଲଟ ହୋଇଗଲା ।

ନବରଙ୍ଗପୁର(କେନ୍ୟୁଜ): ସେ ଆଉ ନାହାନ୍ତି କିନ୍ତୁ ଯିବା ପୂର୍ବରୁ ବଞ୍ଚେଇ ଦେଇଗଲେ ବହୁ ପରିବାରର ଅମୂଲ୍ୟ ଜୀବନ। ସେ ଛାଡି ଚାଲିଯାଇଛନ୍ତି ଏ ଦୁନିଆରୁ କିନ୍ତୁ ତାଙ୍କର ବହୁ ମୂଲ୍ୟ ଅଙ୍ଗ ଆଜିବି ଅନ୍ୟର ଦେହରେ ଜୀବିତ । ଅଙ୍ଗଦାନ ମହତ ଦାନ ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକ ପଡାଲଗୁଡା ପଞ୍ଚାୟତର ଜେ. ଊଷା ରାଣୀଙ୍କ ପରିବାର ବର୍ଗ । ଏହି ମହତ କାର୍ଯ୍ୟ ପାଇଁ ସମସଗ୍ର ଜିଲ୍ଲାବାସୀ ଗର୍ବ ଅନୁଭବ କରିଛନ୍ତି।

ନବରଙ୍ଗପୁର ଜିଲ୍ଲା ନାନ୍ଦାହାଣ୍ଡି ବ୍ଲକ ପଡାଳଗୁଡ଼ା ଗ୍ରାମର ସ୍ୱର୍ଗତଃ ଜେ.ଊଷା ରାଣୀ । ଯିଏ ପାରଳାଖେମୁଣ୍ଡିରେ ବିବାହ କରିଥିଲେ । ତେବେ ଊଷା ରାଣୀଙ୍କ ହସ ଖୁସି ସଂସାର ସୁଖୁ ଖୁରୁରେ ଚାଲିଥିବାବେଳେ, ହଠାତ୍ ସବୁ କିଛି ଓଲଟ ପାଲଟ ହୋଇଗଲା । ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ପରିବାର ସହ ଘରକୁ ଫେରିବା ସମୟରେ ଏକ ଦୁର୍ଘଟଣାର ଶିକାର ହୋଇଥିଲେ ସେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ।

ଯାହାଫଳରେ ତାଙ୍କୁ ତୁରନ୍ତ ଶ୍ରୀକାକୁଲମ ସ୍ଥିତ ଏକ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡକ୍ଟର ତାଙ୍କର ବ୍ରେନ ଡେଡ୍ ଘୋଷଣା କରିଥିଲେ । ଏହି ଖବର ତାଙ୍କ ପରିବାର ବର୍ଗଙ୍କୁ ସମ୍ପୂର୍ଣ୍ଣ ଭାବରେ ମର୍ମାହତ କରିଥିଲା । ଏହି ଦୁଃଖ ସମୟରେ ଉଷା ରାଣୀଙ୍କ ପରିବାର ଯେଉଁ ନିଷ୍ପତ୍ତି ନେଇଥିଲେ ତାହା ସମଗ୍ର ମଣିଷ ଜାତି ପାଇଁ ଏକ ଉଦାହରଣ ଏବେ ପାଲଟିଛି ।

ପରିବାର ବର୍ଗ ଜେ ଊଷା ରାଣୀଙ୍କ ଅଙ୍ଗଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ଡକ୍ଟର ଊଷାଙ୍କ ଆଖି, ଲିଭର ଏବଂ କିଡନୀକୁ ଅନ୍ୟ ହସପିଟାଲକୁ ସ୍ଥାନାନ୍ତର କରିଥିଲେ । ଯାହାକି ଅନ୍ୟ ପରିବାର ପାଇଁ ବରଦାନ ସଦୃଶ୍ୟ ହେଲା । ଏଥି ପାଇଁ ପାରିବାର ଲୋକଙ୍କ ପାଇଁ ନିଷ୍ପତି ନେବାକୁ କଠିନ ଥିଲା କିନ୍ତୁ ସମାଜ ମଙ୍ଗଳ ଓ ଅନ୍ୟ ପାରିବାରର କେହି ଅନାଥ ନ ହୁଅନ୍ତୁ ଏହାକୁ ଆଖିରେ ରଖି ଅଙ୍ଗଦାନ ପାଇଁ ସହମତି ପ୍ରଦାନ କରିଥିଲେ ।

ତେବେ ଜେ ଊଷା ରାଣୀଙ୍କ ମୃତ୍ୟୁ ପରେ ମେଡ଼ିକାଲରେ ଏବଂ ଶେଷକୃତ୍ୟ ସମୟରେ ରାଷ୍ଟ୍ରୀୟ ସମ୍ମାନ ପ୍ରଦାନ କରାଯାଇଥିଲା । ଉଷାଙ୍କ ପରିବାର ବର୍ଗଙ୍କ ଏହି ନିଷ୍ପତ୍ତିକୂ ଯେତେ ପ୍ରଶଂସା କଲେ ବି କମ୍ ହେବ । ଜେ ଊଷା ରାଣୀଙ୍କ ସ୍ୱାମୀ ଜେ କ୍ରିଷ୍ଣା ରାଓ, ପିତା ପି ରାଭଣା ମୂର୍ତ୍ତି ଏବଂ ସମସ୍ତ ପରିବାର ବର୍ଗଙ୍କୁ ଏହି ନିଷ୍ପତ୍ତି ପାଇଁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିବା ସହ ଜେ ଉଷା ରାଣୀଙ୍କ ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଜିଲ୍ଲାବାସୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.