ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ଦୁର୍ଘଟଣା, ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା କାର, ୪ ମୃତ

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେର ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସ ୱେର ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ଦୁର୍ଘଟଣା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ଖବର ମୁତାବକ, ଆଗ୍ରା ଏକ୍ସପ୍ରେସ ୱେରେ ୯୭ ମାଇଲ ଷ୍ଟୋନ ପାଖରେ ଏକ ଟ୍ରକ ଠିଆ ହୋଇଥିଲା । ସେପଟେ ପଛରୁ ଆସୁଥିବା ଏକ କାର ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ କାରର ଛାତ ଉଡିଯାଇଥିଲା । ଫଳରେ କାରରେ ଥିବା ୪ ଜଣଙ୍କର ମୃତ୍ୟୁ ହୋଇଛି । କାରରେ ଥିବା ସମସ୍ତ ଲୋକ ପଶ୍ଚିମବଙ୍ଗ କୋଲକତାର ବାସିନ୍ଦା । ଦୁର୍ଘଟଣା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଶନିବାର ଦିନ କାସଗଂଜରେ ଟ୍ରାକ୍ଟର ପୋଖରୀରେ ପଶିଯିବାରୁ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୭ ଜଣ ପିଲା ରହିଥିଲେ । ଘଟଣାରେ ଅନେକ ଆହତ ମଧ୍ୟ ହୋଇଥିଲେ । ମାଘ ପୂର୍ଣ୍ଣମୀ ଅବସରରେ କାସଗଂଜ ଜନପଦର କାଦରଗଂଜ ଗଙ୍ଗାଘାଟକୁ ସ୍ନାନ ପାଇଁ ଯାଇଥିବା ବେଳେ ଟ୍ରାକ୍ଟର ଅନିୟନ୍ତ୍ରିତ ହୋଇ ପୋଖରୀରେ ପଶିଯାଇଥିଲା । ଟ୍ରାକ୍ଟରରେ ୫୦ରୁ ଅଧିକ ଲୋକ ଥିବା ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.