Below header

ବିଶାଳ କାୟ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ଲାଗିଲା ପୁଷ୍ପକ ବିମାନ, ଆମ୍ବେଦକରଙ୍କ ଜୟଗାନରେ କମ୍ପି ଉଠିଲା ଗଗନ ପବନ

ପୌରପରିଷଦ ପକ୍ଷରୁ ଜୟପୁରରେ ଉନ୍ମୋଚନ ହୋଇଛି ଆମ୍ବେଦକରଙ୍କ ବିଶାଳ କାୟ ପ୍ରତିମୂର୍ତ୍ତି । ଆଉ ଏଥି ପାଇଁ ଆବଶ୍ୟକତା ପଡିଥିଲା ପୁଷ୍ପକ ବିମାନ । କାରଣ ବିନା ବିମାନରେ ମୂର୍ତ୍ତି ଉନ୍ମୋଚନ କରିବା ସମ୍ଭବ ନଥିଲା ।

ଜୟପୁର  (କେନ୍ୟୁଜ): ପୌରପରିଷଦ ପକ୍ଷରୁ ଜୟପୁରରେ ଉନ୍ମୋଚନ ହୋଇଛି ଆମ୍ବେଦକରଙ୍କ ବିଶାଳ କାୟ ପ୍ରତିମୂର୍ତ୍ତି । ଆଉ ଏଥି ପାଇଁ ଆବଶ୍ୟକତା ପଡିଥିଲା ପୁଷ୍ପକ ବିମାନ । କାରଣ ବିନା ବିମାନରେ ମୂର୍ତ୍ତି ଉନ୍ମୋଚନ କରିବା ସମ୍ଭବ ନଥିଲା । ତେବେ ଏନେଇ ଏକ କ୍ରେନକୁ ସଜା ଯାଇଥିଲା, ଯାହା ସାହାଯ୍ୟରେ ବିଧାୟକ ତାରା ଆଉ ସାସଂଦ ସପ୍ତଗିରି ଆମ୍ବେଦଙ୍କରଙ୍କ ବିଶାଳ କାୟ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । କ୍ରେନକୁ ଉଠିବା ସହଜ ନଥିଲା ତେଣୁ ଟିକେ ନଇଁ ପଡି ବିଧାୟକ ତାରା ଆଉ ସାସଂଦ ସପ୍ତଗିରି କ୍ରେନରେ ଚଢ଼ିଥିଲେ ।

କ୍ରେନ୍‌ ଅଥବା ପୁଷ୍ପକ ବିମାନରେ ମାମୁ ତାରା ଓ ଭଣଜା ସାସଂଦ ସପ୍ତଗିରି ବହୁ କଷ୍ଟରେ ଚଢ଼ିଥିଲେ । ଆମ ସମ୍ବିଧାନର ସ୍ଥାନ ସର୍ବୋଚ୍ଚରେ ତେଣୁ ସମ୍ବିଧାନ ପ୍ରଣେତାଙ୍କ ମୂର୍ତ୍ତି ଉନ୍ମୋଚନ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା । କ୍ରେନରେ ଚଢିଥିଲେ ଭଣଜା ସାସଂଦ ସପ୍ତଗିରି ଓ ମାମୁଁ ତାରା । ଯାହା ଯେମିତି ହେଉ ପୁଷ୍ପକ ବିମାନରେ ଚଢିଲେ ଆଉ ମୂର୍ତ୍ତି ଉନ୍ମୋଚନ ବି କରିଥିଲେ । ଆଉ କ୍ରେନ ବିମାନରୁ ଉଭୟ ଲୋକଙ୍କୁ ଟା ଟା ବି କରିଥିଲେ ।

ଅତି ନିର୍ଭୀକତାର ସହ ଉପରକୁ ଯାଇ ଆମ୍ବେଦକରଙ୍କ ମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହି ସମୟରେ ଅନ୍ୟ ଏକ କ୍ରେନରୁ ରଙ୍ଗ ବେରଙ୍ଗର କାଗଜ ମଧ୍ୟ ଛଡ଼ା ଯାଇଥିଲା । ଏହି କାର୍ଯ୍ୟରେ ଯୋଗଦେବା ପାଇଁ ଦୂର ଦୂରାନ୍ତରୁ ଲୋକମାନେ ଆସିଥିଲେ । ସମସ୍ତେ ଭାବୁଥିଲେ ଏତେ ବଡ଼ ମୂର୍ତ୍ତି କେମିତି ଲୋକାର୍ପିତ ହେବ । କିନ୍ତୁ ଯେତେବେଳେ ପୁଷ୍ପକ ବିମାନରେ ଏମାନେ ଚଢ଼ିବାକୁ ଲାଗିଥିଲେ ସମସ୍ତଙ୍କ ମନର ସନ୍ଦେହ ଦୂର ହୋଇଥିଲା । ଲୋକମାନେ ଏହି ଦୃଶ୍ୟକୁ ନିଜ ନିଜ ମୋବାଇଲରେ କଏଦ କରିଥିଲେ । ଆଖପାଖରେ ଥିଲା ଲୋକଙ୍କ ହୋ ହାଲ୍ଲା ଶବ୍ଦରେ କମ୍ପି ଉଠିଥିଲା ସ୍ଥାନୀୟ ଅଞ୍ଚଳ । ଆମ୍ବେଦକରଙ୍କ ଜୟଗାନରେ କମ୍ପି ଉଠିଥିଲା ଗଗନ ପବନ । ତେବେ ଆମ୍ବେଦକରଙ୍କୁ ମନେ ପକାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏ ବିଶାଳକାୟ ମୂର୍ତ୍ତି ଉନ୍ମୋଚନ ହେବା ପରେ ସମସ୍ତେ ବେଶ୍‌ ଖୁସି ଥିବା ଜଣା ପଡ଼ିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.