ଜାଣନ୍ତୁ ଏହି ଦେଶର ଲୋକମାନେ ଗୋଟିଏ ବର୍ଷରେ କେତେ ମଦ୍ୟପାନ କରନ୍ତି, ସାମ୍ନାକୁ ଆସିଲା ରିପୋର୍ଟ

ଭାରତ ସମେତ ସମଗ୍ର ବିଶ୍ୱରେ ମଦ୍ୟପାନ କରାଯାଏ । ପ୍ରତିବର୍ଷ ହଜାର ହଜାର ଏବଂ କୋଟି କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ ।

ଲୋକମାନେ କେବଳ ଆଜି ନୁହେଁ ବରଂ ଅନେକ ଶତାବ୍ଦୀ ଧରି ମଦ ସହିତ ଜଡିତ ଅଛନ୍ତି । ଭାରତ ସମେତ ସମଗ୍ର ବିଶ୍ୱରେ ମଦ୍ୟପାନ କରାଯାଏ । ପ୍ରତିବର୍ଷ ହଜାର ହଜାର ଏବଂ କୋଟି କୋଟି ଟଙ୍କାର ମଦ ବିକ୍ରି ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି ? ତାହେଲେ ଆସନ୍ତୁ ସେହି ଦେଶଗୁଡିକ ବିଷୟରେ ଜାଣିବା, କେଉଁ ଦେଶର ଲୋକମାନେ ଅଧିକ ମଦ୍ୟପାନ କରନ୍ତି । ଏହା ସହ ସମଗ୍ର ଦେଶଗୁଡିକରେ ପ୍ରତିବର୍ଷ ଲୋକମାନେ କେତେ ମଦ ପିଅନ୍ତି, ତାହା ମଧ୍ୟ ଜାଣିବା ।

ସୂଚନା ଅନୁସାରେ, ବିଶ୍ୱରେ ସର୍ବାଧିକ ମଦ୍ୟପାନ କରୁଥିବା ଲୋକ ଲାଟଭିଆ ଦେଶରେ ବାସ କରନ୍ତି । ଏଠାରେ ପ୍ରାୟ ପ୍ରତିବର୍ଷ ଜଣେ ବ୍ୟକ୍ତି ୧୩.୧୯ ଲିଟର ମଦ ପିଇଥାନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ମୋଲଡୋଭା ଦେଶର ନାମ ରହିଛି । ଏଠାରେ ପ୍ରତିବର୍ଷ ପ୍ରତ୍ୟେକ ବ୍ୟକ୍ତି ପ୍ରାୟ ୧୨.୫୮ ଲିଟର ମଦ ପିଅନ୍ତି । ତେବେ ଜର୍ମାନୀ ତୃତୀୟ ସ୍ଥାନରେ ରହିଛି । ଏଠାରେ ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ୧୨.୭୯ ଲିଟର ମଦ ପିଇଥାନ୍ତି । ସେହିପରି ଲିଥୁଆନିଆ ଚତୁର୍ଥ ସ୍ଥାନରେ ରହିଛି । ଏଠାରେ ଜଣେ ବ୍ୟକ୍ତି ପ୍ରତିବର୍ଷ ୧୨.୭୮ ଲିଟର ମଦ ପିଅନ୍ତି । ଏହି ସବୁ ମଧ୍ୟରେ ଆୟର୍ଲାଣ୍ଡ ପଞ୍ଚମ ସ୍ଥାନରେ ରହିଛି । ଏଠାରେ ପ୍ରତ୍ୟେକ ବ୍ୟକ୍ତି ପ୍ରତିବର୍ଷ ୧୨.୭୫ ଲିଟର ମଦ ପିଅନ୍ତି ।

ସୂଚନା ମୁତାବକ, ଭାରତରେ ପ୍ରାୟ ୧୬ କୋଟି ଲୋକ ମଦ୍ୟପାନ କରୁଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଲୋକମାନଙ୍କ ମଧ୍ୟରେ ୯୫ ପ୍ରତିଶତ ପୁରୁଷ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପୁରୁଷମାନଙ୍କର ବୟସ ୧୮ ରୁ ୪୯ ବର୍ଷ ମଧ୍ୟରେ ରହିଛି । ଏହା ବ୍ୟତୀତ ଏହି ଲୋକମାନଙ୍କ ମଧ୍ୟରେ ପ୍ରାୟ ୫ ପ୍ରତିଶତ ମହିଳା ଯେଉଁମାନେ ମଦ୍ୟପାନ କରନ୍ତି ।

୨୦୨୦ରେ ଏକ କମ୍ପାନୀ ସାରା ଦେଶରେ ମଦ୍ୟପାନକୁ ନେଇ ସର୍ଭେ କରିଥିଲେ । ଏହି ସର୍ଭେରୁ ଜଣାପଡିଛି ଯେ ଦେଶର ପାଞ୍ଚଟି ରାଜ୍ୟ ଅଛି ଯେଉଁଠାରେ ସର୍ବାଧିକ ପରିମାଣର ମଦ୍ୟପାନ କରାଯାଏ । ତେବେ ଛତିଶଗଡ ଏମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି । ଏଠାରେ ପ୍ରାୟ ୩୫.୬ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି । ଏହାସହ ତ୍ରିପୁରା ଏଥିରେ ଦ୍ୱିତୀୟ ସ୍ଥାନରେ ରହିଛି । ଏଠାରେ ମଧ୍ୟ ୩୪.୭ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି । ଏଥି ସହିତ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ଏଠାରେ ପ୍ରାୟ ୩୪.୫ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି । ତେବେ ଏହି ପରି ଭାରତ ସମେତ ବିଶ୍ୱର ଏହି ସବୁ ସ୍ଥାନରେ ଲୋକମାନେ ଅତ୍ୟଧିକ ମଦ୍ୟପାନ କରିନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.