ଟଳିଲା ବଡ ରେଳ ଦୁର୍ଘଟଣା, ବିନା ଡ୍ରାଇଭରରେ ୭୦ କିମି ଚାଲିଲା ଟ୍ରେନ ; ଦେଖନ୍ତୁ ଭିଡିଓ

ଜମ୍ମୁ କଶ୍ମୀରର କଠୁଆ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ି ଅଚାନକ ପଠାନକୋଟ ଆଡ଼କୁ ଯାତ୍ରା କରିଥିଲା । ଟ୍ରେନଟି ଜମ୍ମୁରୁ ପଞ୍ଜାବ ଯାଉଥିଲା । ଟ୍ରେନଟି ବିନା ଡ୍ରାଇଭରରେ ଆଗକୁ ମାଡ଼ି ଚାଲିଥିଲା ।

ଅଳ୍ପକେ ଟଳିଲା ବଡ ରେଳ ଦୁର୍ଘଟଣା । ବିନା ଡ୍ରାଇଭରରେ ଗଡିଲା ଟ୍ରେନ । ଟ୍ରେନିଟି ୭୦ କିଲୋମିଟର ଗଡିଥିବା ଜଣାପଡିଛି । ରୋଲ ଡାଉନ କାରଣରୁ ଆଗକୁ ମାଡିଗଲା ମାଲବାହୀ ଟ୍ରେନ ।

ଖବର ମୁତାବକ, ଜମ୍ମୁ କଶ୍ମୀରର କଠୁଆ ରେଳ ଷ୍ଟେସନରେ ଛିଡ଼ା ହୋଇଥିବା ଏକ ମାଲଗାଡ଼ି ଅଚାନକ ପଠାନକୋଟ ଆଡ଼କୁ ଯାତ୍ରା କରିଥିଲା । ଟ୍ରେନଟି ଜମ୍ମୁରୁ ପଞ୍ଜାବ ଯାଉଥିଲା । ଟ୍ରେନଟି ବିନା ଡ୍ରାଇଭରରେ ଆଗକୁ ମାଡ଼ି ଚାଲିଥିଲା । ୧୦୦ କିଲୋମିଟର ବେଗରେ ଟ୍ରେନଟି ପଠାନକୋଟ ଆଡକୁ ମାଡି ଚାଲିଥିଲା । ଏହି ଘଟଣାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେବା ପରେ ଟ୍ରେନକୁ ପଞ୍ଜାବର ମୁକେରିଆଁ ଠାରେ ରୋକା ଯାଇଥିଲା । ଆଜି ସକାଳ ୭.୧୦ ସମୟରେ ଏହି ଅଘଟଣ ଘଟିଥିଲା ।

 

View this post on Instagram

 

A post shared by KNews Odisha (@knewsodisha)

ଡ୍ରାଇଭର ଟ୍ରେନ ଭିତରେ ନ ଥିଲେ । କିଛି ସମୟ ପରେ ଆପେ ଆପେ ଗଡ଼ି ଚାଲିଥିଲା। ତେବେ ୭୦ କିଲୋମିଟର ବିନା ଡ୍ରାଇଭରରେ ଚାଲିବା ପରେ ପଞ୍ଜାବର ମୁକେରିଆରେ ଟ୍ରେନକୁ ଅଟକା ଯାଇଥିଲା । ଫଳରେ ବଡ଼ ଅଘଟନରୁ ଏଡାଇ ଯାଇଛି । ଏହି ଘଟଣା ରେଳ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ରେଲୱେ ପକ୍ଷରୁ ଘଟଣାର ତଦନ୍ତ କରାଯାଉଛି । ତେବେ ଯାହାର ତ୍ରୁଟି ଥିବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.