ଏହି ଷ୍ଟାର କ୍ରିକେଟରଙ୍କୁ Zomatoରୁ ମିଳିଲା ଧୋକା; ଅର୍ଡର କଲେ, ହେଲେ ମିଳିଲାନି ଖାଦ୍ୟ
ଆଜିକାଲି ଅନଲାଇନ ଅର୍ଡରକୁ ନେଇ ପ୍ରାୟତଃ ଠକେଇର ଅଭିଯୋଗ ସାମ୍ନାକୁ ଆସୁଛି । ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଦୀପକ ଚହର ମଧ୍ୟ ଠକେଇର ଶିକାର ହୋଇଛନ୍ତି ।

ଆଜିକାଲି ଅନଲାଇନ ଅର୍ଡରକୁ ନେଇ ପ୍ରାୟତଃ ଠକେଇର ଅଭିଯୋଗ ସାମ୍ନାକୁ ଆସୁଛି । ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଦୀପକ ଚହର ମଧ୍ୟ ଠକେଇର ଶିକାର ହୋଇଛନ୍ତି । ଦୀପକ ଅନଲାଇନ ଫୁଡ୍ ଡେଲିଭରି କମ୍ପାନୀ ‘Zomato’ରୁ ଖାଦ୍ୟ ଅର୍ଡର କରିଥିଲେ । ହେଲେ ତାଙ୍କୁ ଅର୍ଡର ଖାଦ୍ୟ ମିଳିଲା ନାହିଁ । ଯେତେବେଳେ କି, Zomato ତରଫରୁ କୁହାଯାଇଥିଲା କି, ତାଙ୍କର ଅର୍ଡର ଡେଲିଭରି ହୋଇସାରିଛି ।
ଦୀପକ ‘X’ରେ ଲେଖିଛନ୍ତି, ‘ଭାରତରେ ନୂଆ ଫ୍ରଡ୍ । ଜୋମାଟୋରୁ ଖାଦ୍ୟ ଅର୍ଡର କରିଥିଲି । ଆପ୍ରେ ଦେଖାଗଲା କି, ଆପଣଙ୍କ ଖାଦ୍ୟ ଅର୍ଡର ହୋଇସାରିଛି, କିନ୍ତୁ କିଛି ବି ମିଳିନାହିଁ’ । ଦୀପକ ଆହୁରି ଲେଖିଛନ୍ତି, ‘ପୁଣି କଷ୍ଟମର କେୟାରକୁ କଲ୍ କରିଥିଲି । ସେମାନେ କହିଥିଲେ ଯେ ଏହାର ଡେଲିଭରି ହୋଇସାରିଛି ଏବଂ ମୁଁ ମିଛ କହୁଛି । ମୋତେ ଲାଗୁଛି, ମୋ ଭଳି ଅନେକ ଲୋକ ଏହିପରି ସମସ୍ୟାକୁ ସାମ୍ନା କରୁଥିବେ’ ।
ଦୀପକଙ୍କ ଟ୍ଵିଟ୍ ପରେ ଜୋମାଟୋର ଅଫିସିଆଲ ‘X’ ହ୍ୟାଣ୍ଡେଲରୁ ଉତ୍ତର ମିଳିଥିଲା କି, ‘ଆପଣଙ୍କୁ ହୋଇଥିବା କୌଣସି ବି ଅସୁବିଧା ପାଇଁ କ୍ଷମା ଚାହୁଁଛୁ । ନିଶ୍ଚିତ ରୁହନ୍ତୁ, ଆମେ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଉଛୁ ଏବଂ ଶୀଘ୍ର ସମାଧାନ ସୁନିଶ୍ଚିତ କରିବୁ’ ।
କହି ରଖୁଛୁ, ଆଗ୍ରାର ନିବାସୀ ଦୀପକ ଚହର ଗତ ଅନେକ ଦିନରୁ ଭାରତୀୟ ଟିମ୍ରେ ଖେଳୁନାହାନ୍ତି । ସେ ଗତବର୍ଷ ରାୟପୁରରେ ଅଷ୍ଟ୍ରେଲିଆ ବିପକ୍ଷ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ।