ଶିଶୁକୁ ୬ବର୍ଷ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ପାରିବେ
ଏଣିକି ୬ବର୍ଷରୁ ଅଧିକ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଶିଶୁ। ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଆରଟିଇ ନିୟମ ୨୦୦୯ ଅନୁଯାୟୀ ଶିଶୁଙ୍କ ସ୍କୁଲରେ ନାମଲେଖା ବୟସ ଧାର୍ଯ୍ୟ କରାଯାଇଛି।
ନୂଆଦିଲ୍ଲୀ : ଏଣିକି ୬ବର୍ଷରୁ ଅଧିକ ବୟସ ହେଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ ଶିଶୁ। ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଆରଟିଇ ନିୟମ ୨୦୦୯ ଅନୁଯାୟୀ ଶିଶୁଙ୍କ ସ୍କୁଲରେ ନାମଲେଖା ବୟସ ଧାର୍ଯ୍ୟ କରାଯାଇଛି। ୨୦୨୪-୨୫ ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୨୪-୨୫ ଶିକ୍ଷାବର୍ଷରେ ୬ବର୍ଷରୁ ଉର୍ଦ୍ଧ୍ବ ବୟସର ଶିଶୁମାନେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବାକୁ ଏଥିରେ କୁହାଯାଇଛି। ଶିଶୁମାନଙ୍କ ମାନସିକ,ବୌଦ୍ଧିକ ଓ ଜ୍ଞାନ ଆହରଣର ବୁଦ୍ଧିମତାକୁ ଅନୁଧ୍ୟାନ କରିବା ପରେ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ନୂଆ ଜାତୀୟ ଶିକ୍ଷାନୀତିରେ ବୟସ ସ୍ଥିର ହୋଇଛି। ଏହି ବୟସ ଠାରୁ ସେମାନେ ଜ୍ଞାନ ଆହରଣ ପାଇଁ ସକ୍ଷମ ବୋଲି କୁହାଯାଇଛି।