ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଦମ୍ପତିଙ୍କ ପ୍ରଶଂସା, ଛେଳି ଫାର୍ମ କରି ହଜାର ଲୋକଙ୍କୁ ଦେଇଛନ୍ତି ରୋଜଗାର

ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଦମ୍ପତିଙ୍କ ପ୍ରଶଂସା । ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମରେ କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ସ୍ବାମୀ ବୀରେନ ସାହୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଛେଳି ଫାର୍ମ କରି ଉଦାହରଣ ସୃଷ୍ଟି କରିଛନ୍ତି ଉଚ୍ଚ ଶିକ୍ଷିତ ଦମ୍ପତି। ନିଜେ ସଶକ୍ତ ହେବା ସହ ଗ୍ରାମବାସୀଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି ।

(କେନ୍ୟୁଜ): ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଓଡ଼ିଆ ଦମ୍ପତିଙ୍କ ପ୍ରଶଂସା । ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମରେ କଳାହାଣ୍ଡିର ଜୟନ୍ତୀ ମହାପାତ୍ର ଓ ସ୍ବାମୀ ବୀରେନ ସାହୁଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଛେଳି ଫାର୍ମ କରି ଉଦାହରଣ ସୃଷ୍ଟି କରିଛନ୍ତି ଉଚ୍ଚ ଶିକ୍ଷିତ ଦମ୍ପତି। ନିଜେ ସଶକ୍ତ ହେବା ସହ ଗ୍ରାମବାସୀଙ୍କୁ ମଧ୍ୟ ରୋଜଗାରକ୍ଷମ କରିଛନ୍ତି । ବେଙ୍ଗାଳୁରୁରେ ମ୍ୟାନେଜମେଣ୍ଟ କୋର୍ସ କରିଛନ୍ତି ଉଭୟ ଦମ୍ପତି । ୫୦ଟି ଗାଁର ପ୍ରାୟ ୧ ହଜାର ଲୋକ ତାଙ୍କ ଦ୍ବାରା ଉପକୃତ ହେଉଛନ୍ତି ।

ସେପଟେ ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩ ମାସ ମନ୍ କି ବାତ୍‌ କାର୍ଯ୍ୟକ୍ରମ ବନ୍ଦ ରହିବା ନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି । ମାର୍ଚ୍ଚ ମାସରୁ ନିର୍ବାଚନ ଆଚରଣ ବିଧି ଲାଗୁ ହେବ । ତେଣୁ କାର୍ଯ୍ୟକ୍ରମ ବନ୍ଦ ରହିବ । ୧୧୧ତମ ଏପିଏମ୍ ୩ ମାସ ପରେ ଶୁଭାରମ୍ଭ ହୋଇପାରେ। ଏହି ସମୟରେ ମନ୍ କି ବାତ୍‌ର ଛୋଟ ଭିଡିଓ କରି ସେୟାର କରନ୍ତୁ। ୟୁଟ୍ୟୁବ୍ ସର୍ଟ ଜରିଆରେ ଅଧିକରୁ ଅଧିକ ସେୟାର କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.