AAI ରେ ଭର୍ତ୍ତି ସୁଯୋଗ, ୪୯୦ ପଦବୀ ପାଇଁ ଜାଣନ୍ତୁ କେବେଠୁ କରିବେ ଆବେଦନ
ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଜୁନିଅର ଏଗଜିକ୍ୟୁଟିଭ ପାଇଁ ୪୯୦ ପଦବୀ ଖାଲିପଡିଛି । ଏହି ଭର୍ତ୍ତି ଗେଟ୍ ୨୦୨୪ ଆଧାରରେ ହେବ । ଏହି ଭର୍ତ୍ତି ଦେଶର ବିଭିନ୍ନ ଶାଖାରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ ।
![aai1](https://knewsodisha.com/wp-content/uploads/2020/11/aai1.jpg)
ଏୟାରପୋର୍ଟରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଭଲ ଖବର । ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆରେ ଜୁନିଅର ଏଗଜିକ୍ୟୁଟିଭ ପାଇଁ ୪୯୦ ପଦବୀ ଖାଲିପଡିଛି । ଏହି ଭର୍ତ୍ତି ଗେଟ୍ ୨୦୨୪ ଆଧାରରେ ହେବ । ଏହି ଭର୍ତ୍ତି ଦେଶର ବିଭିନ୍ନ ଶାଖାରେ ହେବ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ । ଏଥିପାଇଁ ଆବେଦନ ଏପ୍ରିଲ ମାସରୁ ହେବ । ଇଚ୍ଛୁକ ପ୍ରାର୍ଥୀ ଅନଲାଇନ ଆବେଦନ aai.aero କୁ ଯାଇ କରିପାରିବେ ।
ପଦବୀ ବିବରଣୀ : ୪୯୦
ଜୁନିଅର ଏଗ୍ଜିକ୍ୟୁଟିଭ : ୩
ଜୁନିଅର ଏଗଜ୍ିକ୍ୟୁଟିଭ (ସିଭିଲ) : ୯୦
ଜୁନିଅର ଏଗଜ୍ିକ୍ୟୁଟିଭ (ଇଲେକ୍ଟ୍ରିକାଲ): ୧୦୬
ଜୁନିଅର ଏଗଜ୍ିକ୍ୟୁଟିଭ (ଇଲେକ୍ଟ୍ରୋନିକ୍ସ) : ୨୭୮
ଜୁନିଅର ଏଗଜ୍ିକ୍ୟୁଟିଭ (ଇଫମେରସନ ଟେକ୍ନୋଲୋଜି) : ୧୩
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୨ ଏପ୍ରିଲରୁ ୧ ମଇ ପର୍ଯ୍ୟନ୍ତ ଆବେଦନ କରିପାରିବେ ।
ଶିକ୍ଷାଗତ ଯୋଗ୍ୟତା : ଏଠାରେ ଭର୍ତ୍ତି ପାଇଁ ଇଚ୍ଛୁକ ପ୍ରାର୍ଥୀ କେବଳ ସମ୍ବନ୍ଧୀୟ ବିଷୟରେ ଗେଟ୍-୨୦୨୪ ପରୀକ୍ଷା ଦେଇଥିବା ଜରୁରୀ । ଏହାସହିତ ମାନ୍ୟତାପ୍ରାପ୍ତ ସଂସ୍ଥା ବା ୟୁନିଭରସିଟିରୁ ଇଂଜିନିୟରିଂ ଡିଗ୍ରୀ କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀ ବୟସ ୨୭ ବର୍ଷ ହେବା ଜରୁରୀ । ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ଏବଂ ଅନୁସୂଚିତ ଜାତି/ଜନଜାତିଙ୍କୁ ୫ ବର୍ଷର ଛାଡ୍ ମିଳିବ ।
ଆବେଦନ ଶୁଳ୍କ : ଆବେଦନ ପାଇଁ ଇଚ୍ଛୁକ ସାମାନ୍ୟ ବର୍ଗ ପ୍ରାର୍ଥୀ ୩୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ହେବ । ଅନ୍ୟମାନେ ବିନା ଶୁଳ୍କରେ ଆବେଦନ କରିପାରିବେ ।