ଢ଼େଙ୍କାନାଳ : ନିଜ ରକ୍ତ ଦେଲା ଧୋକା, ଭାଇ ଉପରକୁ ଗୁଳି ଚଳାଇଲା ବଡ ଭାଇ

ଢ଼େଙ୍କାନାଳ (କେନ୍ୟୁଜ୍) : ଭାଇ ଉପରକୁ ଗୁଳି ଚଳାଇଲା ଭାଇ । ବଡ଼ ଭାଇର ଗୁଳିରେ ସାନ ଭାଇ ଆହତ। ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁରେ ଏହି ଅଭବାନୀୟ ଘଟଣା ଘଟିଛି। ଆହତଙ୍କ ନାଁ ବିଭୂ ବେହେରା। ପାରିବାରିକ କଳହରୁ ନେଇ ପ୍ରଥମେ ବିଭୂ ବଡ଼ଭାଇ ନିଲୁ ବେହେରାଙ୍କୁ ବୋମାମାଡ଼ କରିଥିଲେ। ଜବାବରେ ନିଲୁ ବିଭୂଙ୍କ ଉପରେ ଗୁଳି ଚଳାଇଥିଲା । ଏଥିରେ ବିଭୂ ଗୁରୁତର ହୋଇଛନ୍ତି। ତାଙ୍କୁ ଢ଼େଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।