ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା, ଜାଣନ୍ତୁ କେତେ ଥିଲା କେତେ ହେଲା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବଢ଼ିଲା ବସ୍‌ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସ ଭଡ଼ କିଲୋମିଟର ପ୍ରତି ୪ ପଇସା ବୃଦ୍ଧି ହୋଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ବସ୍‌ ଭଡ଼ା ୮ ପଇସା ଲେଖାଏ ବଢ଼ିଛି । ସୁପର ପ୍ରିମିୟମ୍‌ ବସ୍‌ ଭଡ଼ା କିଲୋମିଟର ପ୍ରତି ବଢ଼ିଛି ୧୨ ପଇସା । ଆଜିଠାରୁ ଲାଗୁ ହୋଇଛି ବର୍ଦ୍ଧିତ ଦର । ସାଧାରଣ ବସ୍‌ ଭଡ଼ା କିଲୋମିଟର ପ୍ରତି ୮୫ ପଇସାରୁ ୮୯ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଏକ୍ସପ୍ରେସ ଭଡ଼ା କିଲୋମିଟର ପ୍ରତି ହୋଇଛି ୯୩ ପଇସା ।

ପୂର୍ବରୁ ଥିଲା ୮୯ ପଇସା । ଡିଲକ୍ସ ବସରେ ଯାତ୍ରା କଲେ ଏଣିକି କିଲୋମିଟର ପ୍ରତି ୧୨୧ ପଇସା ବଦଳରେ ଦେବାକୁ ପଡ଼ିବ ୧୨୯ ପଇସା । ଏସି ଡିଲକ୍ସ ବସ ଭଡ଼ା ୧୪୯ ପଇସାରୁ ବଢ଼ି ୧୫୭ ପଇସା ହୋଇଛି । ସେହିପରି ସୁପର ପ୍ରିମିୟମ୍‌ ବସରେ କିଲୋମିଟର ପିଛା ଦର ଥିଲା ୨୩୨ ପଇସା । ଏବେ ୨୪୪ ପଇସାକୁ ବୃଦ୍ଧି ପାଇଛି । ଅଟୋମେଟିକ୍‌ ମେକାନିଜମ୍‌ ଅନୁସାରେ ବଢ଼ିଛି ବସ୍‌ ଭଡ଼ା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.