ସିଡିଏ ଅଞ୍ଚଳରୁ ଉଦ୍ଧାର ହେଲା ନବଜାତ ଶିଶୁ, ଶିଶୁ ଭବନରେ ଭର୍ତ୍ତି

କଟକ(କେନ୍ୟୁଜ୍) : କଟକ ସିଡିଏ ଅଞ୍ଚଳରୁ ଆଜି ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ଶିଶୁଟିର କାନ୍ଦ ଶୁଣି ସ୍ଥାନୀୟ ଅଞ୍ଚଳର ଲୋକେ ପୋଲିସକୁ ଖବର ଦେଇଥିଲେ । ଫଳରେ ଫେଜ୍ ୨ ଥାନା ପୋଲିସ ଶିଶୁଟିକୁ ଉଦ୍ଧାର କରି ଶିଶୁ ଭବନରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି ।
ପୋଲିସ ସୂଚନାରୁ ଜଣାପଡ଼ିଛି ଯେ ଆଜି ସିଡିଏ ଅଞ୍ଚଳରେ କେହି ଏକ ନବଜାତ ଶିଶୁଟିକୁ ଜରିରେ ଭରି ଫିଙ୍ଗି ଦେଇଥିଲେ । ଶିଶୁଟିର କାନ୍ଦିବା ସ୍ଥାନୀୟ ଲୋକ ଶୁଣି ପାରି ପୋଲିସକୁ ଖବର ଦେଇଥିଲେ ।
ଫଳରେ ଫେଜ୍ ୨ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ କଟକ ଶିଶୁ ଭବନରେ ଭର୍ତ୍ତି କରିଛି । ଶିଶୁଟିକୁ କିଏ କେଉଁ ଅବସ୍ଥାରେ ଏପରି ଜରିରେ ବାନ୍ଧି ଫିଙ୍ଗିଥିଲା ସେ ସମ୍ପର୍କରେ ଜଣାପଡ଼ି ନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।