ଜୁଲାଇ ୩୦ ତାରିଖରୁ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା, ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ

କେନ୍ୟୁଜ୍(ବ୍ୟୁରୋ):  ଜୁଲାଇ ୩୦ ତାରିଖରୁ ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ଅଗଷ୍ଟ ୫ ଯାଏ ଚାଲିବ ଅଫଲାଇନ୍‌ ଏକଜାମ୍‌ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ହେବ । ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ଯାଏ ଚାଲିବ ।

କେବଳ ଏମ୍‌ଟିଏଚ୍‌ ପରୀକ୍ଷା ୧୨ଟା ୧୫ ଯାଏ ହେବ । ଏଥିପାଇଁ ଅନ୍‌ଲାଇନ୍‌ ଫର୍ମ ପୂରଣ କରିବାକୁ ପଡ଼ିବ । ଆସନ୍ତା ୫ ତାରିଖରୁ ୧୪ ଯାଏ ଛାତ୍ରଛାତ୍ରୀ www.bseodisha.ac.in େଓ୍ଵବସାଇଟ୍‌ରେ ଫର୍ମ ପୂରଣ କରିପାରିବେ । ପରୀକ୍ଷା ବାବଦକୁ ସମସ୍ତ ଫିସ୍‌ ଛାଡ଼ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ୍‌ ନିୟମ ପାଳନ କରି ପରୀକ୍ଷା ଅନୁଷ୍ଠିତ ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.