Below header

ନୂଆପଡ଼ା ଜିଲ୍ଲାରୁ ଛତିଶଗଡକୁ ବସ୍ ଚଳାଚଳ ବନ୍ଦ, ପ୍ରବଳ ଭିଡ ହେଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷପ

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରୁ ଛତିଶଗଡକୁ ବସ ଚଳାଚଳ ବନ୍ଦ । ଛତିଶଗଡରେ କରୋନା ସଂକ୍ରମଣ ଉପର ମୁହାଁ ପରେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ନୂଆପଡା ଜିଲ୍ଲାରୁ ଛତିଶଗଡ ରାୟପୁର ସହରକୁ ୧୦ରୁ ଅଧିକ ଯାତ୍ରୀବାହୀ ବସ ଯାତାୟତ କରୁଛି ।

ବସରେ ଯାତ୍ରୀଙ୍କ ପ୍ରବଳ ଭିଡ ଯୋଗୁଁ ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ରହୁନଥିବା ବେଳେ ମାସ୍କ ମଧ୍ୟ ବ୍ୟବହାର କରୁନାହାନ୍ତି । ତେଣୁ ସଂକ୍ରମଣ ରୋକିବା ପାଇଁ ଛତିଶଗଡ ସୀମାକୁ ସିଲ କରାଯିବା ସହ ଆଜିଠୁ ଅନ୍ତଃରାଜ୍ୟ ବସ ଚଳାଚଳକୁ ସଂପୂର୍ଣ ବନ୍ଦ କରାଯାଇଥିବା ନୂଆପଡା ଏସପି ରାହୁଳ ଜୈନ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.