Below header

ଚିନ୍ତାରେ ଅଭାବି କୋବି ଚାଷୀ : ବଜାରରେ ମିଳୁନି କୋବିର ସଠିକ୍‌ ମୂଲ୍ୟ

ବଜାରରେ ମିଳୁନି କୋବିର ସଠିକ୍‌ ମୂଲ୍ୟ । ଫଳରେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଋଣ ଶୁଝିବା ନେଇ ଚିନ୍ତାରେ । ଯାଜପୁର ଜିଲ୍ଲାରୁ ଦେଖିବା କୋବି ଚାଷୀଙ୍କ ସମସ୍ୟା।

kobi

କୋବି ଚାଷରେ ଭରପୂର କ୍ଷେତ । ହେଲେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି କୋବି ଚାଷୀ । ବଜାରରେ କୋବିର ଚାହିଦା ନଥିବାରୁ ସଠିକ୍‌ ମୂଲ୍ୟ ପାଉନଥିବା ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲାର ଚାଷୀ । ଧାର କରଜ କରି କୋବି ଚାଷ କରିଥିବା ଚାଷୀ ଋଣ ଶୁଝିବା ନେଇ ଚିନ୍ତାରେ । ପରିସ୍ଥିତି ଏପରି ଯେ, ଚାଷୀ ବିଲରୁ କୋବି ଅମଳ ନକରି ଛାଡିଦେଉଛି। ଶୀତଳ ଭଣ୍ଡାର ନଥିବାରୁ ଚାଷୀ କମ୍‌ ଦରରେ କୋବି ବିକ୍ରି କରିବାକୁ ବାଧ୍ୟ ହେଉଛି।

cabbage

ବିଶେଷକରି ଜିଲ୍ଲାର ଆଙ୍କୁଲା, ସିମିଳିଆ, ରସୁଲପୁର ଓ ବାରବାଟୀ ଅଞ୍ଚଳରେ ଏହି ସମସ୍ୟା ଦେଖିବାକୁ ମିଳିଛି। ଏନେଇ ଆମେ ଉଦ୍ୟାନ ବିଭାଗ ଅଧିକାରୀଙ୍କୁ ଅବଗତ କରାଇଥିଲୁ। ଏ ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଯାଇଛି, ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.