ଉତ୍ତେଜନା ପରେ କେନ୍ଦ୍ରାପଡ଼ା ସହରରେ ୧୪୪ ଧାରା ବଳବତ୍ତର

କେନ୍ଦ୍ରାପଡ଼ା (କେନ୍ଯୁଜ୍) : ଉତ୍ତେଜନା ପରେ କେନ୍ଦ୍ରାପଡ଼ା ସହରରେ ବଳବତ୍ତର ରହିଛି ୧୪୪ ଧାରା। ପରିସ୍ଥିତି ଉପରେ ପୋଲିସ ନଜର ରଖିଛି। ଗଣ୍ଡଗୋଳ ପ୍ରତିବାଦରେ ଆଜି କେନ୍ଦ୍ରାପଡ଼ା ସହରରେ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ। ସହରରେ ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ବନ୍ଦ ରହିଛି ଇଣ୍ଟରନେଟ୍‌ ସେବା। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ୩ ପ୍ଲାଟୁନ୍‌ ଓଡ଼ିଶା ସୁଇଫ୍ଟ ଆକ୍ସନ ଫୋର୍ସଙ୍କ ସମେତ ପାଖାପାଖି ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି।

ଗତକାଲି ଶୋଭାଯାତ୍ରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଗୋଟିଏ ଗୋଷ୍ଠୀ ଶୋଭାଯାତ୍ରାରେ ବାହାରି ଯାଉଥିବା ବେଳେ ବିରୋଧ କରିଥିଲେ ଅପରଗୋଷ୍ଠୀ । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣା ପରେ ସହରରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.