Below header

ବିଧାନସଭାରେ ଆସିଲା ସିଏଜି ରିପୋର୍ଟ, ରାଜ୍ୟରେ ଖୁସି ଯୋଜନାରେ ଅଧିକ ମୂଲ୍ୟରେ ନାପକିନ କିଣାଯାଇଛି

କେନ୍ୟୁଜ୍(ବ୍ୟୁରୋ):  ଖୁସି ଯୋଜନାରେ କିଣାଯାଇଛି ଅଧିକ ମୂଲ୍ୟରେ ସାନିଟାରି ନାପକିନ। ସିଏଜି ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ୨୦୧୮ ମସିହା ଜାନୁଆରିରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏ ସ୍କୁଲରେ ପଢୁଥିବା ୧୭ ଲକ୍ଷ ୨୬ ହଜାର ଛାତ୍ରୀଙ୍କୁ ଖୁସି ଯୋଜନାରେ ସାନିଟାରୀ ନାପକିନ ବଣ୍ଟନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏଥିପାଇଁ OSMCL ୨୦୧୮ ସେପ୍ଟେମ୍ବରରେ ସାନିଟେଣ୍ଡର ଡାକିଥିଲେ । ନାପନିକ ପିସ୍‌ ପିଛା ୨ ଟଙ୍କା ୩୦ ପଇସାରେ କିଣିବା ପାଇଁ ଟେଣ୍ଡର ଇଭାଲ୍ୟୁଏସନ କମିଟି TEC ଗୋଟିଏ ଫାର୍ମକୁ L1 ବିଡର ଭାବେ ଅନୁମୋଦନ କରିଥିଲା । ସିଏଜି ଅଡିଟ ରିପୋର୍ଟରେ ଦର୍ଶାଇଛନ୍ତି ଯେ, RKSK ଅଧୀନରେ ନାପନିକ କିଣା ମୂଲ୍ୟକୁ OSMCL ବିଚାରକୁ ନେଇନାହାନ୍ତି ।cag1

୨୦୧୭-୧୮ ଓ ୨୦୧୮-୧୯ରେ ଅନ୍ୟ ରାଜ୍ୟଗୁଡ଼ିକ OSMCL ଅନୁମୋଦିତ ଦର ଠାରୁ ଢେର କମ୍‌ ମୂଲ୍ୟରେ ବିଭିନ୍ନ ଫାର୍ମଠାରୁ ନାପକିନ କିଣିଛନ୍ତି । ଖୁସି ଯୋଜନାରେ ବାର୍ଷିକ ନାପକିନ ଯୋଗାଣ ପାଇଁ ପ୍ରାୟ ୮୫ କୋଟି ୭୮ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଯାହାକି RKSK ତୁଳନାରେ ବାର୍ଷିକ ୧୫ କୋଟି ୨୯ ଲକ୍ଷ ଟଙ୍କା ଅଧିକ । ପ୍ରାଇସ ବିଡ୍‌ ମୂଲ୍ୟାୟନ ବେଳେ ଏଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇନାହିଁ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଇନପୁଟ୍‌ ଟ୍ୟାକ୍ସ କ୍ରେଡିଟ, ଅତିରିକ୍ତ ପରିବହନ ଖର୍ଚ୍ଚ ଓ ଏକ୍ଟ୍ରା ପ୍ୟାକେଜିଂ ଖର୍ଚ୍ଚକୁ ବିଚାରକୁ ନେଇ ନାପକିନ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିବା ଦର୍ଶାଯାଇଥିଲା । ତେବେ ନାପକିନର ଅଧିକ ମୂଲ୍ୟ ଯୁକ୍ତିସଂଗତ ନୁହେଁ ବୋଲି ସିଏଜି କହିଛନ୍ତି ।

cag report୨୦୧୭ ଏପ୍ରିଲରୁ ୨୦୧୯ ମେ ମଧ୍ୟରେ ୩୯ଟି ଔଷଧ ଭଣ୍ଡାରରେ ୩୪୯ ପ୍ରକାର ଔଷଧ ପଡ଼ି ରହି ଏକ୍ସପାୟାରି ହୋଇଯାଇଛି । ଯାହାର ମୂଲ୍ୟ ୪ କୋଟି ୧୮ ଲକ୍ଷ ଟଙ୍କା । ୨୦୧୫ ଜୁଲାଇରୁ ୨୦୧୬ମେ ମଧ୍ୟରେ OSMCL ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରକୁ ଏକ କୋଟି ୯୯ ଲକ୍ଷ ଟଙ୍କାରେ ୨୨ ପ୍ରକାର କ୍ୟାନ୍ସର ଡ୍ରଗ୍ସ ଯୋଗାଯାଇଥିଲା । ହେଲେ ଏଥିରୁ ୪୧ ପ୍ରତିଶତ ଡ୍ରଗ୍ସ ଏକ୍ସପାୟାରି ଡେଟ୍‌ ସରିବା ପୂର୍ବରୁ କର୍ତ୍ତୃପକ୍ଷ ବ୍ୟବହାର କରିପାରିନାହାନ୍ତି । ସେହିପରି କଟକ ନବଡ଼ ମେଡିକାଲ କଲେଜକୁ ଅଧିକ ପରିମାଣର ଔଷଧ ଯୋଗାଣ ଯୋଗୁ ୫୬ ଲକ୍ଷରୁ ଅଧିକ ଟଙ୍କାର ଔଷଧ ବଣ୍ଟା ନ ହୋଇପାରି ନଷ୍ଟ ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.