Below header

ବରଗଡ଼ରେ ଜୋର୍‌ ଧରିଲା କ୍ୟାନସର ହସପିଟାଲ ଦାବି

ବରଗଡ଼ (କେନ୍ୟୁଜ୍‌) : ବରଗଡ଼ ଜିଲ୍ଲାରେ ସର୍ବାଧିକ କର୍କଟ ରୋଗୀ ଅଛନ୍ତି । ତେଣୁ ଏଠାରେ ଏକ କ୍ୟାନସର ହସପିଟାଲ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି । ଆଜି ଷ୍ଟୁଡେଣ୍ଟ ଫୋରମ୍‌ ପକ୍ଷରୁ ଏହି ଦାବିରେ ଆନ୍ଦୋଳନ କରାଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ସମେତ ଏଥିରେ ୨୫ଟି ସଂଗଠନ ସାମିଲ ହୋଇଥିଲେ । ଟାଉନ୍‌ ଆଇବିରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ହଜାର ହଜାର ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଓ ସାଧାରଣ ଲୋକ ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.