Below header

ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି ଉନ୍ମୋଚନ କଲେ ମୁଖ୍ଯମନ୍ତ୍ରୀ : କିସରେ ହେଲା ପ୍ରଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱରରେ ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି । ଭରତକୁ ପ୍ରଥମ ଥର ଭ୍ରମଣରେ ଆସିଥିବା -େଓ୍ଵବ ଏଲ୍ଲିସ୍‌ କପ୍‌ ଟ୍ରଫିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । କହିଛନ୍ତି ୨୦୧୯ ଟ୍ରଫି ଟୁର ଉକଣ୍ଠାର ବିଷୟ । ଓଡ଼ିଶା ହେଉଛି ରଗବୀର ଆରମ୍ଭ ସ୍ଥଳି । ରାଜ୍ୟର ଖେଳାଳୀ ଦେଶ ପାଇଁ ଗୌରବ ଆଣିଛନ୍ତି । ଅକ୍ଟୋବରରେ ହେବାକୁ ଥିବା ୟୁ-୧୮ ଓମେନ୍ସ ରଗବୀ ସେଭେନ୍ସକୁ ଆୟୋଜନ କରୁଥିବାରୁ ଗର୍ବିତ ବୋଲି ନବୀନ କହିଛନ୍ତି । ରଗବୀ ପ୍ରତି ସମସ୍ତଙ୍କ ଆଗ୍ରହ ଓ ସହଯାଗ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେପଟେ ରଗବୀ ଓଡିଶାର ଅନ୍ତୁଡିଶାଳ କୁହାଯାଉଥିବା କିସ୍‌ରେ ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି ପ୍ରଦର୍ଶିତ ହୋଇଛି । ୧୧ରୁ ୧୪ ବୟସର ଛାତ୍ରଛାତ୍ରୀ ସ୍ୱାଗତ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି । ଟ୍ରଫିସହିତ ଛାତ୍ରଛାତ୍ରୀ ମାନେ ଫଟୋ ଉଠାଇଥିଲେ । କାର୍ୟ୍ୟକ୍ରମରେ ଏସିଆନ ରଗବୀର ସଭାପତି ଆଗା ହୁସେନ, ବିଧାନସଭାର ଉପ-ବାଚସ୍ପତି ସାନନ୍ଦା ମାରାଣ୍ଡି, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ କିଟ୍‌ ଓ କିସ୍‌ର କର୍ମକର୍ତ୍ତା ଏବଂ ଏସିଆନ ରଗବିର ବହୁ ସଦସ୍ୟ ଯୋଗ ଦେଇଥିଲେ । ଟ୍ରଫିକୁ ଦେଖି ଛାତ୍ରଛାତ୍ରୀ ଉତ୍ସାହିତ ହୋଇଥିଲେ । ୨୦୧୯ରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ରଗବୀ ଓ୍ଵାର୍ଲ୍ଡ କପର ଏହି ଟ୍ରଫି ମୋଟ ୧୮ଟି ଦେଶ ବୁଲିବାର କାର୍ୟ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.