କେଉଁଠୁ ଆସୁଥିଲା ମହାଭାରତ ଯୁଦ୍ଧର ଲକ୍ଷ ଲକ୍ଷ ସୈନିକଙ୍କ ପାଇଁ ଭୋଜନ ?

ହିନ୍ଦୁମାନଙ୍କ ପବିତ୍ର ଗ୍ରନ୍ଥ ହେଉଛି ମହାଭାରତ । ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ, ପୌରାଣିକ, ଐତିହାସିକ ଏବଂ ଦାର୍ଶନିକ ଗ୍ରନ୍ଥ । ବିଶ୍ବର ସବୁଠାରୁ ଲମ୍ବା ଏହି ଐତିହାସିକ ଗ୍ରନ୍ଥ ଏବଂ ମହାକାବ୍ୟ ହିନ୍ଦୁ ଧର୍ମର ପ୍ରମୁଖ ଗ୍ରନ୍ଥ ମାନଙ୍କ ମଧ୍ୟରୁ ଅନ୍ୟତମ । ତେବେ ୧୮ ଦିନର ମହାଭାରତ କେବଳ ଗୋଟିଏ ଯୁଦ୍ଧ ନଥିଲା । ଏହା ସହ ଜଡିତ ଅନେକ ଲୋକକଥା ଏବଂ କାହାଣୀ ଶୁଣିବାକୁ ମିଳେ ।

ଶ୍ରୀ କୃଷ୍ଣଙ୍କ ୧ ଅକ୍ଷୋହିଣୀ ନାରାୟଣୀ ସେନାଙ୍କୁ ମିଳାଇ କୌରବଙ୍କ ନିକଟରେ ୧୧ ଅକ୍ଷୋହିଣୀ ସେନା ଥିଲେ । ପାଣ୍ଡବଙ୍କ ନିକଟରେ ଥିଲେ ୭ ଅକ୍ଷୋହିଣୀ ସେନା । ଏହିପରି ସମସ୍ତ ସୈନ୍ୟଙ୍କୁ ମିଶାଇଲେ ୪୫ ଲକ୍ଷରୁ ଅଧିକ ଲୋକ ଏହି ଯୁଦ୍ଧରେ ଭାଗ ନେଇଥିଲେ । ଏବେ ପ୍ରଶ୍ନ ଉଠୁଛି ଏହି ୪୫ ଲକ୍ଷ ଲୋକଙ୍କ ପାଇଁ ଭୋଜନ କିଏ ପ୍ରସ୍ତୁତ କରୁଥିଲା । ଏହା ସହ ଆଉ ଏକ ପ୍ରଶ୍ନ ଉଠେ ଯେତେବେଳେ ପ୍ରତିଦିନ ହଜାରେ ହଜାରେ ଲୋକ ମୃତ୍ୟୁବରଣ କରୁଥିଲେ ସେହି ସମୟରେ ସଂଧ୍ୟା ସମୟର ଖାଦ୍ୟର ହିସାବ କେମିତି ହେଉଥିଲା ।

ମହାଭାରତ ଯୁଦ୍ଧ ଘୋଷଣା ହେବା ପରେ ସମସ୍ତ ରାଜ୍ୟର ରାଜାମାନେ ନିଜ ନିଜ ପକ୍ଷ ସ୍ଥିର କରୁଥିଲେ । କେହି କୌରବଙ୍କ ପଟେ ତ କେହି ପାଣ୍ଡବଙ୍କ ପକ୍ଷରେ ଥିଲେ ।ଏହି ସମୟରେ ଅନେକ ରାଜା ଏମିତି ଥିଲେ ଯେଉଁମାନେ କାହା ପକ୍ଷରେ ନରହିବା ପାଇଁ ସ୍ଥିର କରିଥିଲେ ।

କୁହାଯାଏ ସେମାନଙ୍କ ମଧ୍ୟରେ ଉଡୁପିର ରାଜା ଥିଲେ । କିମ୍ବଦନ୍ତୀ ଅନୁସାରେ ଦିନେ ଭଗବାନ ଶ୍ରୀ କୃଷ୍ଣଙ୍କ ନିକଟକୁ ଯାଇ ଉଡୁପି କହିଥିଲେ ଯୁଦ୍ଧରେ ଲକ୍ଷ ଲକ୍ଷ ଯୋଦ୍ଧା ସାମିଲ୍ ହେବେ ଏବଂ ଯୁଦ୍ଧ କରିବେ । ସେମାନଙ୍କ ପାଇଁ ଭୋଜନର ପ୍ରସ୍ତୁତି କିଏ କରିବ । ବିନା ଭୋଜନରେ କୌଣସି ବି ଯୋଦ୍ଧା ଲଢିପାରିବ ନାହିଁ । ଆଉ ପକ୍ଷର ସୈନ୍ୟଙ୍କ ପାଇଁ ସେ ଭୋଜନ ପ୍ରସ୍ତୁତି କରିବାକୁ ଭଗବାନଙ୍କୁ ଅନୁମତି ମାଗିଥିଲେ ।

କିନ୍ତୁ ରାଜାଙ୍କ ଚିନ୍ତାର କାରଣ ଥିଲା ପ୍ରତିଦିନ ଭୋଜନ କେଉଁ ହସାବରେ ତିଆରି କରିବେ । ଖାଦ୍ୟ କାଳେ କମ୍ କି ବେଶୀ ହୋଇଯିବ । ତେବେ ରାଜାଙ୍କ ଏହି ସମସ୍ୟାର ସମାଧାନ ଭଗବାନ୍ ଶ୍ରୀ କୃଷ୍ଣ ବାହାର କରିଥିଲେ ।

ଆଶ୍ଚଯ୍ୟଜନକ କଥା ହେଉଛି ୧୮ ଦିନ ଯାଏଁ ଚାଲିଥିବା ଏହି ଯୁଦ୍ଧରେ ଖାଦ୍ୟ କେବେ ବି କମ୍ ପଡିନଥିଲା କି ଅଧିକ ହୋଇନଥିଲା । ଏହାର ଶ୍ରେୟ ମଧ୍ୟ ଭଗବାନ ଶ୍ରୀ କୃଷ୍ଣଙ୍କୁ ଯାଏ । ଏନେଇ ଦୁଇଟି କଥା ପ୍ରଚଳିତ ଅଛି । ପ୍ରଥମ କଥା ହେଉଛି ପ୍ରତିଦିନ ସଂଧ୍ୟାରେ ଯେତେବେଳେ ଶ୍ରୀ କୃଷ୍ଣ ଭୋଜନ କରୁଥିଲେ ସେତେବେଳେ ତାଙ୍କୁ ଜଣା ପଡିଯାଉଥିଲା ପରଦିନ କେତେ ସୈନ୍ୟ ମରିବେ ।

ଦ୍ବିତୀୟ କଥା ହେଉଛି ଭଗବାନ୍ ପ୍ରତିଦିନ ସିଝା ହୋଇଥିବା ବାଦାମ ଖାଉଥିଲେ । ଯେଉଁ ଦିନ ସେ ଯେତିକି ବାଦାମ ଖାଉଥିଲେ ବୁଝିବାକୁ ପଡୁଥିଲା ସେଦିନ ସେତିକି ହଜାର ସୈନ୍ୟ ମରିବେ । ଏହିପରି ଶ୍ରୀ କୃଷ୍ଣଙ୍କ ପାଇଁ ପ୍ରତିଦିନ ସୈନ୍ୟଙ୍କୁ ପେଟପୁରା ଖାଇବାକୁ ବି ମିଳୁଥିଲା ଅନ୍ନର ଅପମାନ ବି ହେଉନଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.