Below header

ଗୁମୁଡୁମାହା ଗୁଳିକାଣ୍ଡ : ମୃତକ ପରିବାରଙ୍କୁ ଅଧିକ କ୍ଷତିପୂରଣ ଦେବାକୁ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର (କେନ୍ୟୁଜ୍‌) : ଗୁମୁଡୁମାହା ଗୁଳିକାଣ୍ଡ ଘଟଣାରେ ଅଧିକ କ୍ଷତିପୂରଣ ଦେବାକୁ ଓଡ଼ିଶା ମାନବାଧିକାର କମିଶନ୍‌ ଓଏଚ୍‌ଆରସିଙ୍କ ନିର୍ଦ୍ଦେଶ । ମୃତକଙ୍କ ପରିବାରକୁ ଅଧିକ ୨ ଲକ୍ଷ ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓଏଚଆରସି । ପ୍ରତି ମୃତକଙ୍କ ପରିବାରକୁ ୭ ଲକ୍ଷ ଟଙ୍କା ଦିଆଯାଇଥିଲା । ଏହି ନିର୍ଦ୍ଦେଶ ଅନୁସାରେ ପ୍ରତି ପରିବାର ଏବେ ୯ ଲକ୍ଷ ପାଇବେ । ଗୁଳିକାଣ୍ଡରେ ଆହତ ବ୍ୟକ୍ତିଙ୍କୁ ମଧ୍ୟ ଅଧିକ ସହାୟତା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆହତ ବ୍ୟକ୍ତିଙ୍କୁ ଅଧିକ ୫୦ ହଜାର ଦେବାକୁ ନିର୍ଦ୍ଦେଶ ହୋଇଛି । ଗୃହ ସଚିବ ଓ ପୋଲିସ୍‌ ଡିଜିଙ୍କୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨ ମାସରେ କାର୍ଯ୍ୟକାରୀ କରିବାକୁ ଓଏଚ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି । ୨୦୧୬ ଜୁଲାଇ ୮ ତାରିଖରେ ଗୁଳିକାଣ୍ଡ ଘଟିଥିଲା । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.