କଟକ: କେନାଲ ତଳକୁ ଖସିଗଲା କାର, ଜଣେ ମୃତ, ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

କଟକ(କେନ୍ୟୁଜ୍): କେନାଲ  ତଳକୁ ଖସିଗଲା କାର। କଟକ କଲ୍ୟାଣୀନଗରରେ ଘଟିଛି  ଏହି ଅଘଟଣ । ତାଳଦଣ୍ଡା କେନାଲ ପାଖ ବଡ଼ ନାଳକୁ କରଟି  ଖସି ପଡିଥିବାର ମିଳିଛି  ଖବର। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି  କାର ଭିତରୁ ମନଜିତ୍ ରଏତ ନାମକ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ।

car accident ctc

କାର ଭିତରେ ଆଉ ଦୁଇ ଜଣ ଫସିରିହିଥିବାର ସନ୍ଦେହ କରାଯାଉଛି ।କାରଟି ସମ୍ପର୍ଣ୍ଣ ପାଣିରେ ବୁଡି ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି।କୁହାଯାଉଛି କି ଷଣ୍ଢ ଲଢେଇରୁ ବର୍ତ୍ତିବାକୁ ଯାଇ ଗାଡିଟି ନାଳକୁ ଖସି ଯାଇଛି । ଅଗ୍ନିଶମ ବିଭାଗ ଓ ମଧୁପାଟଣା  ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ।