Below header

ଦ୍ୱାରଶୁଣି ଘାଟିରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ୩୦ ଗୋରୁଙ୍କ ମୃତ୍ୟୁ

ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା । ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ଫଳରେ ୩୦ ଗୋରୁଙ୍କ ମୃତ୍ୟୁ ହୋଇଛି ।

ବାଙ୍ଗିରିପୋଷି (କେନ୍ୟୁଜ): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦ୍ୱାରଶୁଣି ଘାଟିରେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର। ଦୁର୍ଘଟଣା ଫଳରେ ୩୦ ଗୋରୁଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୮ଟା ପାଖାପାଖି ୪୯ରୁ ଉର୍ଦ୍ଧ୍ବ ଗୋରୁକୁ ନେଇ ପଶ୍ଚିମବଙ୍ଗକୁ ଚାଲାଣ କରୁଥିବା ବେଳେ ବାଙ୍ଗିରିପୋଷିର ଦ୍ୱାରଶୁଣି ଘାଟିରେ WB 11D3724 ନମ୍ବର ବିଶିଷ୍ଟ ଏକ କଣ୍ଟେନର ଭାରସ୍ୟାମ ହରେଇ ଓଲଟି ପଡିଥିଲା। ବାଙ୍ଗିରିପୋଷି ପୋଲିସ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ୩୦ରୁ ଉର୍ଦ୍ଧ୍ବ ମରିବାର ଅନୁମାନ କରାଯାଉଛି । ଅପରପକ୍ଷରେ କଣ୍ଟେନର ଡ୍ରାଇଭର ଓ ଲେବର ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ବୋଲି ଜଣାପଡିଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.