ଆପଣ ଖାଉଥିବା ପନିର ଅସଲି ନା ନକଲି? ମାର୍କେଟରୁ ଆଣିବା ପରେ ତୁରନ୍ତ କରନ୍ତୁ ଚେକ୍‌

ଯେଉଁ ପନିରକୁ ଆମେ ପୋଷକ ତତ୍ତ୍ୱରେ ଭରପୂର ଭାବି ଖାଉଛେ, କଣ ଆପଣ ଜାଣିଛନ୍ତି କି ଏହି ପନିର ଅସଲି ନା ନକଲି ।  ଆଜି ଆମେ ଆପଣଙ୍କୁ କିଛି ସରଳ ଟ୍ରିକ୍ସ କହିବୁ ଯାହା ସାହାଯ୍ୟରେ ଆପଣ ଅସଲି ଏବଂ ନକଲି ପନିର ମଧ୍ୟରେ ପାର୍ଥକ୍ୟ ଜାଣିପାରିବେ ।

ଭେଜିଟେରିଆନ ଲୋକଙ୍କ ପାଇଁ ପନିର ଏକ ସୁପରଫୁଡ୍‌ ହୋଇଥାଏ ।  ପୁରା ଦେଶରେ ଲୋକମାନେ ଏହାକୁ ବହୁତ ହି ଉତ୍ସାହର ସହିତ ଖାଇଥାନ୍ତି । ଘରେ ବହୁତ ସହଜରେ ପନିରର ଅନେକ ଆଇଟମ୍‌ କରାଯାଇପାରିବ । ଯେ କୌଣସି ଉତ୍ସବ ହେଉ କିମ୍ବା ପାର୍ଟି ପନିରର ଏକ ଆଇଟମ୍‌ ସବୁବେଳେ ଥାଏ । ଟେଷ୍ଟ ସହିତ ଏହା ଖୁବ୍‌ ସ୍ୱାସ୍ଥ୍ୟପ୍ରଦ ମଧ୍ୟ । ପନିରରେ ଭରପୂର ମାତ୍ରାରେ କ୍ୟାଲସିୟମ୍‌, ଆଇରନ ଏବଂ ହେଲ୍ଦି ଫ୍ୟାଟ୍ସ ରହିଥାଏ । ଏହାକୁ ଖାଇବା ଦ୍ୱାରା ମସଲ୍ସର ବିକାଶ ଏବଂ ହାଡ ମଜବୁତ ହୋଇଥାଏ । କିନ୍ତୁ ପ୍ରଶ୍ନ ଉଠୁଛି ଯେ ଯେଉଁ ଉତ୍ସାହର ସହିତ ଆମେ ପନିରକୁ ଖାଉଛୁ ତାହା ନକଲି ନା ଅସଲି? କାରଣ ଆଜିକାଲି ବଜାରରେ ଉଭୟ ଅସଲି ଏବଂ ନକଲି ଜିନିଷ ଉପଲବ୍ଧ ।

ତେବେ ଆମେ କିପରି ଜାଣିବା ଯେଉଁ ପନିରକୁ ଆମେ ପୋଷାକତତ୍ତ୍ଵରେ ଭରପୂର  ଭାବି ଖାଉଛୁ ତାହା ଅସଲି ନା ନକଲି ? ଆଜି ଆମେ ଆପଣଙ୍କୁ କିଛି ସରଳ ଟ୍ରିକ୍ସ କହିବୁ ଯାହା ମାଧ୍ୟମରେ ଆପଣ ଅସଲି ଏବଂ ନକଲି ପନିର ମଧ୍ୟରେ ଥିବା ପାର୍ଥକ୍ୟ ସହଜରେ ଜାଣିପାରିବେ । ଏଥିପାଇଁ  ଆପଣଙ୍କୁ ମାର୍କେଟରୁ ପନିର ଆଣିବାକୁ ପଡିବ ଏବଂ ଏହି ବିଶେଷ ଟ୍ରିକ୍ସ ଗୁଡ଼ିକ ଖୋଜିବାକୁ ପଡିବ । ମାର୍କେଟରୁ ପନିର କିଣିବାବେଳେ ଏହାକୁ ହାତରେ ଭାଙ୍ଗିବାକୁ ଚେଷ୍ଟା କରନ୍ତୁ । ଯଦି ପନିରରେ କୌଣସି ପ୍ରକାରର ଅପମିଶ୍ରଣ ଥିବା ତେବେ ଏହା ଗୁଣ୍ଡ ହୋଇଯିବ । ପନିର ସାଧାରଣତଃ ମିଳ୍କ ପାଉଡର ଏବଂ ସ୍କିମଡ୍ ପାଉଡରରୁ ତିଆରି ହୋଇଥାଏ ।

ଏହି ପ୍ରକାର ପନିର ଆପଣଙ୍କ ପେଟ ପାଇଁ ଅତ୍ୟନ୍ତ କ୍ଷତିକାରକ । ମାର୍କେଟରେ କିଛି ପନିର ସୋୟାବିନ ପାଉଡରରେ ମଧ୍ୟ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ପ୍ରଥମେ ପନିରକୁ ଗରମ ପାଣିରେ ଫୁଟାନ୍ତୁ ଏବଂ ଏଥିରେ ସୋୟାବିନ୍ ପାଉଡର କିମ୍ବା ଅଟା ମିଶାନ୍ତୁ । ଅଟା ମିଶିବା ମାତ୍ରେ  ପନିରର ରଙ୍ଗ ବଦଳିଯିବ । କେବଳ ନକଲି ପନିରର ହିଁ ରଙ୍ଗ ବଦଳିପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଯେତେବେଳେ ପନିର ତିଆରି କରିବା ସମୟରେ ଡିଟରଜେଣ୍ଟ କିମ୍ବା ୟୁରିଆର ବ୍ୟବହାର କରାଯାଏ, ସେତେବେଳେ ଏହା ଫୁଟିବା ସମୟରେ ଏହାର ରଙ୍ଗ ଲାଲ ହୋଇଯାଏ । ଯାହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ । ଅସଲି ଏବଂ ନକଲି ପନିର ମଧ୍ୟରେ ଏକ ବିଶେଷ ପାର୍ଥକ୍ୟ ହେଉଛି ଅସଲି ପନିର ଅଧିକ ନରମ ଏବଂ ନକଲି ପନିର ଟାଇଟ ହୋଇଥାଏ । ଏବଂ ଏହି ଟାଇଟ୍ ପନିର ରବର ପରି ଲମ୍ବିଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.