Below header

ବାହାନଗା ରେଳ ଦୁର୍ଘଟଣା ମାମଲା : ୩ ଅଭିଯୁକ୍ତଙ୍କୁ ଗିରଫ ପରେ ରିମାଣ୍ଡରେ ନେବାକୁ ଆବେଦନ କଲା ସିବିଆଇ

ସ୍ୱାସ୍ଥ୍ୟ ପରୀକ୍ଷା ପରେ ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଇଛି ସିବିଆଇ । ଅଭିଯୁକ୍ତମାନଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ସିବିଆଇ ।

ବାହାନଗା ରେଳ ଦୁର୍ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ । ଆଜି ଦୁର୍ଘଟଣା ପାଇଁ ଦାୟୀ ୩ ଅଭିଯୁକ୍ତଙ୍କୁ ସିବିଆଇ ଗିରଫ କରିଛି । ସିନିଅର ସେକସନ୍ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକସନ୍ ଇଞ୍ଜିନିୟର ମହମ୍ମଦ ଅମୀର ଖାନ ଓ ଟେକନିସିଆନ୍ ପପୁ କୁମାରଙ୍କୁ ଗିରଫ ପରେ ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଥିଲା ।

ପରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେମାନଙ୍କୁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଇଛି ସିବିଆଇ । ଅଭିଯୁକ୍ତମାନଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଛି ସିବିଆଇ ।

ପ୍ରକାଶଯୋଗ୍ୟ, ଅଭିଯୁକ୍ତମାନଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୪ ଓ ୨୦୧ । ଉଦ୍ଦେଶ୍ୟ ନଥାଇ ହତ୍ୟା ଅଭିଯୋଗରେ ଆଇପିସିର ଦଫା ୩୦୪ ଓ ମିଥ୍ୟା ତଥ୍ୟ ଦେବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଲାଗିଛି ଦଫା ୨୦୧ । ପୂର୍ବରୁ ରେଳବାଇର ୭ ଜଣଙ୍କୁ ଉଠାଇ ନେଇ ଖଡ଼ଗପୁରରେ ଜେରା କରିଥିଲା ସିବିଆଇ । ଏଥିସହ ରେଲେଓ୍ଵ ସେଫଟି କମିଶନର ବି ତଦନ୍ତ କରି ରିପୋର୍ଟ ଦେଇଥିଲେ ।

ଜୁନ ୨ ତାରିଖରେ ବାହାନଗା ବଜାର ଷ୍ଟେସନ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ । ଏଥିରେ ଯଶବନ୍ତପୁର ଏକ୍ସପ୍ରେସର ୨ଟି ବଗି ଓ ମାଲବାହୀ ଟ୍ରେନ୍ କ୍ଷତିଗ୍ରସ୍ତ ହୋଇଥିଲା । ଟ୍ରିପଲ୍ ଟ୍ରେନ୍ ଟ୍ରାଜେଡି ନେଇଥିଲା ୨୯୩ ଜୀବନ । ହଜାରେରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.