Below header

ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା: ସିବିଆଇର ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ

କେନ୍ୟୁଜ୍(ବ୍ୟୁରୋ):  ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ସିବିଆଇର ସପ୍ଲିମେଣ୍ଟାରୀ ଚାର୍ଜସିଟ୍‌ ଦାଖଲ । ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଚାର୍ଜସିଟ୍‌ ଦାଖଲ କରିଛି ତଦନ୍ତକାରୀ ଟିମ୍‌। ଏଥିରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ନାଁ ଅଛି । ଅଞ୍ଜନା ମିଶ୍ର ଗଣଦୁଷ୍କର୍ମର ୨୨ବର୍ଷ ପରେ ବିବନକୁ ବାନ୍ଧିଥିଲା କମିଶନରେଟ ପୋଲିସ । କମିଶନରେଟ ପୋଲିସର ଅପରେସନ ଭାଇପର ଟିମ୍‌ ତାକୁ ପୁଣେ ନିକଟ ଆମ୍ବିଭାଲିରୁ ଗିରଫ କରିଥିଲା । ଏବେ ସେ ଝାରପଡ଼ା ଜେଲରେ ।

୧୯୯୯ ଜାନୁଆରୀ ୯ରେ ବାରଙ୍ଗ ନିକଟରେ ଘଟିଥିଲା ଲୋମହର୍ଷଣ ଗଣଦୁଷ୍କର୍ମ। କଟକରୁ କାରରେ ଅଞ୍ଜନା ମିଶ୍ର ଭୁବନେଶ୍ୱର ଫେରୁଥିବା ବେଳେ ତାଙ୍କୁ ପିଛା କରିଥିଲେ ତିନିଜଣ। ବାଟରେ କାର ଅଟକାଇ ଅଞ୍ଜନାଙ୍କୁ ଅପହରଣ କରି ନିଛାଟିଆ ଜାଗାରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏହା ସେତେବେଳେ ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏହି ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇ ଦଣ୍ଡ ପାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ବିବନକୁ ଗତ ଫେବ୍ରୁଆରିରେ ଗିରଫ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.