Below header

 ବିଶ୍ୱ ନର୍ସିଂ ଦିବସରେ ନର୍ସମାନଙ୍କ ସହ ଫୋନ ଯେଗେ କଥା ହୋଇ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ବିଶ୍ୱ ନର୍ସିଂ ଦିବସ ଅବସରରେ ନର୍ସମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜିର ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସଙ୍କ ସହ ଫୋନ ଯେଗେ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି। ବ୍ୟକ୍ତିଗତ ସୁଖଦୁଃଖକୁ ପଛରେ ପକାଇ ସେମାନେ ଯେପରି ରୋଗୀଙ୍କୁ ନିଷ୍ଠାର ସହ ସେବା ଯୋଗାଇ ଚାଲିଛନ୍ତି, ମୁଖ୍ୟମନ୍ତ୍ରୀ ତାର ଉଚ୍ଚ ପ୍ରଶଂସା କରିଥିଲେ ।

ହସପିଟାଲରେ ରୋଗୀର ସିଧାସଳଖ ଦାୟିତ୍ୱ ତୁଲାଇଥାନ୍ତି ଡାକ୍ତରଖାନାର ନର୍ସ। ହସ୍ପିଟାଲରେ ରୋଗୀ ଭର୍ତ୍ତି ହେଲା ପରିଜନଙ୍କ ଠାରୁ ନର୍ସଙ୍କ ଦାୟିତ୍ୱ ଅଧିକ। ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ପର୍ଯ୍ୟନ୍ତ ଅହରହ ସେବାରେ ବ୍ୟସ୍ତ ଥାନ୍ତି ନର୍ସମାନେ। ଆଉ କୋଭିଡ ସମୟରେ ବଢିଛି ଦାୟିତ୍ୱ। ଆଇସିୟୁରେ ସଂକ୍ରମିତ କୋଭିଡ ଆକ୍ରାନ୍ତ କିଭଳି ସୁସ୍ଥ ହେବ ସେଥିପାଇଁ ସମସ୍ତେ ତତ୍ପର। ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ସେମାନେ ଭୁଲିଯାନ୍ତି ନିଜ ପରିବାରକୁ। ଅର୍ନ୍ତଜାତୀୟ ନର୍ସ ଦିବସରେ କିମସ କୋଭିଡ ହସ୍ପିଟାଲ୍‌ରେ କାର୍ଯ୍ୟରତ ନର୍ସମାନେ ନିଜ ଦାୟିତ୍ୱ ନିର୍ବାହ ସହ କେକ୍‌ କାଟି ସେଲିବ୍ରେଟ କରିଛନ୍ତି।

କୋଭିଡ୍‌ ହସ୍ପିଟାଲ୍‌ରେ ଦିନରାତି କାର୍ଯ୍ୟକରୁଥିବା ନର୍ସମାନଙ୍କ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ ଡାକ୍ତରମାନେ। ପରିବାର ଠାରୁ ଦୂରରେ ରହି ଦିନରାତି ପିପିଇ କିଟ୍‌ ପିନ୍ଧି ଯେଭଳି କୋଭିଡ ସଂକ୍ରମିତଙ୍କ ସେବା କରୁଛନ୍ତି ତାକୁ ପ୍ରଶଂସା କଲେ ମଧ୍ୟ କମ୍‌ ହେବ। ସେମାନଙ୍କ ନିଷ୍ଠାପର ସେବା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ ଡାକ୍ତର ମାନେ।

କୋଭିଡ୍‌କୁ ନେଇ ସବୁଆଡେ ସ୍ଥିତି ଭୟାବହ। ଚାରିଆଡେ ମୃତ୍ୟୁର ତାଣ୍ଡବ ଚାଲିଥିବା ବେଳେ ନର୍ସମାନେ ଯେଭଳି ଭାବେ ସେମାନେ କର୍ତ୍ତବ୍ୟ ସମ୍ପାଦନ କରୁଛନ୍ତି ସେମାନଙ୍କୁ ସଲାମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.