Below header

ଆଜି ସରିଲା କାର୍ତ୍ତିକ ମାସ, ହେଲେ ଛାଡ଼ଖାଇ ପଡୁଛି ମଙ୍ଗଳବାରରେ !

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆମିଷ ପ୍ରିୟ ମଣିଷଙ୍କ ପାଇଁ ଖୁସି ଖବର ଏୟା ଯେ ଆଜି ସରିଲା ଧର୍ମ ମାସ କାର୍ତ୍ତିକ । ଖାଲି ସାଦା ଖାଇ ଖାଇ ବିରକ୍ତ ହୋଇ ସାରିଥିବା ବ୍ୟକ୍ତିମାନେ ଟିକେ ଆମିଷ ପାଣି ପାଇଁ ହାଇଁପାଇଁ ହେଉଛନ୍ତି । ତେଣୁ ଅପେକ୍ଷା କେମିତି ଆଜି ରାତି ପାହିବ ।

ଅବଶ୍ୟ କାର୍ତ୍ତିକ ମାସରେ ସମସ୍ତେ ପୂରା ମାସକ ଯାକ ଅରୁଆ ଖାଇ ପାଳି ନାହାନ୍ତି । କିଛି ଲୋକ ଆମିଷ ସହ ପିଆଜ ରସୁଣ ଖାଇବା ବି ବନ୍ଦ କରି ଦେଇଥିଲେ । ଆଉ କିଛି କେବଳ ପଞ୍ଚୁକ ପାଞ୍ଚ ଦିନ ପାଳିଥିଲେ । ତେବେ ଯିଏ ଆମିଷ ଓ ପିଆଜ ରସୁଣରୁ ଦୂରେଇ ରହି ପାରନ୍ତିନି ସେମାନେ ତା କାଲି ସେସବୁର ମଜା ନେବେ । ହେଲେ ଏଥିରୁ ବଞ୍ଚିତ ହେବେ ମଙ୍ଗଳବାର ପାଳୁଥିବା ଲୋକେ । ବିଶେଷ କରି ମହିଳାମାନଙ୍କ ପାଇଁ ଟିକେ ଅଡୁଆ । ଅନେକ ମହିଳା ମଙ୍ଗଳବାର ଆମିଷ କି ପିଆଜ ରସୁଣ ଖାଆନ୍ତି ନାହିଁ । ତେଣୁ ଗୋଟିଏ ଦିନ ସେମାନଙ୍କୁ ଅପେକ୍ଷା କରିବାକୁ ହେବ । ବୁଧବାର ଆମିଷ ବାର ।

CHIKEN CURRY

ଏପଟେ ଚିକେନ୍‌, ମଟନ ଓ ମାଛ ବ୍ୟବସାୟୀ ପୂରା ତୟାର ହୋଇ ନିଜ ବେପାର ବଢ଼ାଇବା ପାଇଁ ସବୁ କାମ ସାରି ଦେଇଛନ୍ତି । ଆଉ କିଛି ସମୟ ପରେ କଟାକଟି ଆରମ୍ଭ ହୋଇଯିବ । ମାଛର ଅନେକ ଭେରାଇଟି, ମାଂସର ପିଓର ଖାସି ମାଂସ ଏବଂ ଚିକେନ୍‌ରେ ଦେଶୀ କୁକୁଡ଼ାକୁ ଖୋଜି ଖୋଜି ଆଣି ରଖିଛନ୍ତି ବ୍ୟବସାୟୀମାନେ । ଆଉ ଆମ ଗ୍ରାହକମାନେ ନିଜ ପକେଟ୍‌କୁ ଦେଖି ଦୋକାନରେ ପହଞ୍ଚିବେ ଆମିଷ ପାଇଁ । ତେବେ ଯାହା ଜଣାପଡୁଛି ଅସଲ ଛାଡ଼ଖାଇ ବୁଧବାର ଦିନ ହେବ । ବୁଧବାରକୁ ହିଁ ବ୍ୟବସାୟୀମାନେ ଟାର୍ଗେଟ୍‌ରେ ରଖିଛନ୍ତି । ରାଜ୍ୟରେ କଟିବେ ଲକ୍ଷ ଲକ୍ଷ ଛେଳି ଓ କୁକୁଡ଼ା । ତେବେ ଭାଇ ଓ ଭଉଣୀମାନେ, ଟିକେ ଡିସେମ୍ବର ଗାଇଡ୍‌ ଲାଇନ୍‌ ଏବଂ କରୋନା ସତର୍କତା ସହ ଯାହା କରିବେ ।

FISH

ଆନ୍ଧ୍ର ରୋହି ଓ ଭାକୁଡ଼ ରେଟ୍‌ ହୋଲ୍‌ସେଲ୍‌ରେ କିଲୋ ପିଛା ଆଜି ରହିଛି ୧୨୪ରୁ ୧୩୦ ଟଙ୍କା । ସେହିପରି ଦେଶୀ ମାଛ ଦାମ ପାଖାପାଖି ୧୮୦ ଟଙ୍କା ରହିଛି । ତେବେ କାଲି ଓ ବୁଧବାର ଦିନ ଗରାଖ କେତେ ଦେଇ କିଣୁଛନ୍ତି ତାକୁ ଦେଖିବା ବାକି ରହିଲା ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.