Below header

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ ଦାଖଲ

ପୁଣି ବଢ଼ିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ । ବିଧାୟକ ପ୍ରଦୀପଙ୍କ ବିରୋଧରେ ଆରମ୍ଭ ହେବ ଟ୍ରାଏଲ । ପ୍ରଦୀପଙ୍କ ନାଁରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜଫ୍ରେମ ଦାଖଲ ହୋଇଛି।

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ବଢ଼ିଲା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡୁଆ । ବିଧାୟକ ପ୍ରଦୀପଙ୍କ ବିରୋଧରେ ଆରମ୍ଭ ହେବ ଟ୍ରାଏଲ । ପ୍ରଦୀପଙ୍କ ନାଁରେ ଭୁବନେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜଫ୍ରେମ ଦାଖଲ ହୋଇଛି। ପ୍ରଦୀପଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ଚାର୍ଜଫ୍ରେମ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ହୋଇଛି ଚାର୍ଜଫ୍ରେମ । ୯ କୋଟି ୧୮ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି । ଗତବର୍ଷ ଏପ୍ରିଲ ୨୦ ତାରିଖରେ ପ୍ରଦୀପଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା ଭିଜିଲାନ୍ସ । ଲୋକାଯୁକ୍ତଙ୍କ ନିର୍ଦ୍ଦେଶରେ ୨୦୨୧ ମସିହାରେ ମାମଲା ହୋଇଥିଲା । ପ୍ରଦୀପଙ୍କ ବାସଗୃହରେ ହୋଇଥିଲା ଚଢ଼ାଉ । ଏହି ଆୟ ବହିର୍ଭୁତ ସମ୍ପତ୍ତିର ହିସାବ ଦେଇପାରି ନଥିଲେ ପ୍ରଦୀପ । ଲୋକାଯୁକ୍ତରେ ଦାଖଲ ହୋଇଥିଲା ତଦନ୍ତ ରିପୋର୍ଟ । ୨୦୨୨ ମସିହା ଜୁନରେ ଲୋକାଯୁକ୍ତରେ ଏହି ରିପୋର୍ଟ ଦାଖଲ ହୋଇଥିଲା । ଲୋକାଯୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଚାର୍ଜସିଟ୍ କରିଥିଲା । ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଥିଲା । ୨୬ ଥର ବିଭିନ୍ନ ଆଳ ଦେଖାଇ ବିଳମ୍ବ କରୁଥିଲେ । ବିଚାର ପ୍ରକ୍ରିୟାରେ ଅନୁପସ୍ଥିତ ରହୁଥିଲେ ପ୍ରଦୀପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.