Below header

ଧାନ କ୍ଷେତ ମଝିରେ ପ୍ରାଥମିକ ବିଦ୍ୟାଳୟ, ବିଲ ହିଡ଼ରେ ପାଣି କାଦୁଅ ଭିତରେ ପଶି ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ ଆଉ ଶିକ୍ଷକ

ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ର ଛେନୁଅଁ ପ୍ରାଥମିକ ବିଦ୍ୟାଳୟ ୪୩ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଏଯାଏ ଏହି ସ୍କୁଲକୁ ସ୍ଥାୟୀ ରାସ୍ତା ଟିଏ ନାହିଁ । ଆଜିକୁ ୪୩ ବର୍ଷ ଧରି ଏହି ସ୍କୁଲକୁ ଯିବାପାଇଁ ଏକମାତ୍ର ମାଧ୍ୟମ ସାଜିଛି ଧାନ କ୍ଷେତର ହିଡ଼ ।

କାକଟପୁର(କେନ୍ୟୁଜ୍): ରାଜ୍ୟସରକାର ସବୁବେଳେ ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁର ସ୍ଲୋଗାନ ଦେଇ ଶିକ୍ଷା ବ୍ୟବସ୍ଥାରେ ସମସ୍ତ ଶିଶୁ ମାନେ ସାମିଲ ହେବାପାଇଁ ଅନେକ ଯୋଜନା କରୁଛନ୍ତି । ପିଲା ମାନଙ୍କୁ ମାଗଣା ବହି ସାଙ୍ଗକୁ ଡ୍ରେସ ,ଜୋତା ସହିତ ମଧ୍ୟାହ୍ନ ଭୋଜନ ଯୋଗାଇ ଦେଉଛନ୍ତି । ସରକାରୀ ସ୍କୁଲର ଭିତିଭୂମିକୁ ସୁଦୃଢ କରିବାପାଇଁ 5t ଯୋଜନାରେ ଅନେକ ସରକାରୀ ସ୍କୁଲକୁ ଯୋଡୁଛନ୍ତି ।

କିନ୍ତୁ ୧୯୬୦ ମସିହା ରେ ନିର୍ମାଣ କରାଯାଇଥିବା ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ର ଛେନୁଅଁ ପ୍ରାଥମିକ ବିଦ୍ୟାଳୟ ୪୩ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଏଯାଏ ଏହି ସ୍କୁଲକୁ ସ୍ଥାୟୀ ରାସ୍ତା ଟିଏ ନାହିଁ । ଆଜିକୁ ୪୩ ବର୍ଷ ଧରି ଏହି ସ୍କୁଲକୁ ଯିବାପାଇଁ ଏକମାତ୍ର ମାଧ୍ୟମ ସାଜିଛି ଧାନ କ୍ଷେତର ହିଡ଼ । ଏହି ହିଡ଼ ରାସ୍ତାରେ କୁନି କୁନି ଛାତ୍ର ଛାତ୍ରୀଙ୍କ ସହ ଶିକ୍ଷକ ମାନେ ବର୍ଷା ଦିନେ ପାଣିକାଦୁଅରେ ପଶି ଯାଉଥିବାର ଚିତ୍ର ଦେଖିବାକୁ ମିଳିଛି। ଏହା କେଉଁ ଆଜି କାଲିର ସମସ୍ୟା ନୁହେଁ ଏହା ହେଉଛି ଦୀର୍ଘ ୪୩ ବର୍ଷର ଲାଗିରହିଥିବା ସମସ୍ୟା ।

ଛେନୁଅଁ ପ୍ରାଥମିକ ବିଦ୍ୟାଳୟର ଭୌଗୋଳିକ ସ୍ଥିତି ହେଉଛି ସ୍କୁଲର ସାମ୍ନା ପଟରେ ୨୦୦ ମିଟର ଦୂରରେ ରହିଛି ସମୁଦ୍ର, ପଛ ପାଖରେ ପ୍ରାୟ ୧୫୦ ମିଟର ଦୂର ପାଣିକାଦୁଅ ହିଡ଼ ରାସ୍ତାରେ ଗଲେ ଯାଇ ପଡିବ ପକା ରାସ୍ତା। ଆଉ ସ୍କୁଲର ଚାରି ପାର୍ଶରେ ଘେରି ରହିଛି ସବୁଜିମା ଧାନକ୍ଷେତ। ସବୁଜିମା ଧାନକ୍ଷେତ ର ମଧ୍ୟ ଭାଗରେ ଅବସ୍ଥିତ ଏହି ଛେନୁଅଁ ପ୍ରାଥମିକ ବିଦ୍ୟାଳୟ ,ଏହି ସ୍କୁଲରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଜୟନ୍ତ ରହିଛି ପାଞ୍ଚଟି ଶ୍ରେଣୀ ,ରହିଥିବା ବେଳେ ଏଠାରେ ରହିଛି ମାତ୍ର ଗୋଟିଏ ଶ୍ରେଣୀ ଗୃହ। ପାଞ୍ଚଟି ଶ୍ରେଣୀରେ ଛାତ୍ର ଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୩୫ ଜଣ। ଏଥିରେ ଦୁଇ ଜଣ ଶିକ୍ଷକ ରହିଥିବା ବେଳେ ଦୈନିକ ଏଠାରେ ଶିକ୍ଷାଦାନ ସହିତ ମଧ୍ୟାନ ଭୋଜନ ପିଲାମାନଙ୍କୁ ଦିଆଯାଉଛି ।

ସେହିଭଳି ଏହି ଅଞ୍ଚଳଟି ସମୁଦ୍ର କୂଳିଆ ଅଞ୍ଚଳ ହୋଇଥିବାରୁ ସ୍କୁଲ ପରିସରରେ ରହିଥିବା ନଳକୂପରେ ଲୁଣିପାଣି ବାହାରୁଛି ଯାହା ପାନୀୟ ଉପଯୋଗୀ ନୁହେଁ । ତଥାପି ଏହାକୁ ପାନୀୟ ଭାବରେ ବ୍ୟବହାର କରୁଥିବା ବେଳେ ମଧ୍ୟାହ୍ନ ଭୋଜନ ମଧ୍ୟ ଏହି ପାଣିରେ ପ୍ରସ୍ତୁତ କରାଯାଉଛି। ରାଜ୍ୟ ସରକାର ଏହି ବିଦ୍ୟାଳୟ କୁ ଗୋଟିଏ ସୁବ୍ୟବସ୍ଥିତ ରାସ୍ତା ନିର୍ମାଣ କରିବା ସହିତ ଶୁଦ୍ଧ ପାନୀୟଜଳର ସୁବ୍ୟବସ୍ଥା କରିବା ପାଇଁ ସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକ ମାନେ ନିବେଦନ କରିଛନ୍ତି

ଯେଉଁଠି ରାଜ୍ୟ ସରକାର ସ୍କୁଲ ଗୁଡିକର ଭିତିଭୂମିକୁ ସୁଦୃଢ କରି ଶିକ୍ଷା ବ୍ୟବସ୍ଥାରେ ଏକ ନୂଆ ଫର୍ଦ୍ଦ ଯୋଡ଼ିବାକୁ ଚାହୁଁଛନ୍ତି ,ସେଠୀ ଦୀର୍ଘ ବର୍ଷ ଧରି ଗହିର ମଝିରେ ଧନବିଲର ହିଡ଼ରେ ପାଣି କାଦୁଅ ଭିତରେ ପିଲାମାନେ ପଢିବା ପାଇଁ ଯାଉଥିବାର ଚିତ୍ର ଅନେକଙ୍କୁ ଅବିଶ୍ୱାସ ଲାଗିପାରେ। କିନ୍ତୁ ଆପଣଙ୍କ ଆଖିଆଗରେ ଆମେ ଦେଖାଉଥିବା ଏହାହେଉଛି ଆଜିର ବାସ୍ତବ ଚିତ୍ର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.