Below header

ପୁରୀ: ଆଜି ବସିବ ଛତିଶାନିଯୋଗ ବୈଠକ, ଦେବସ୍ନାନ ପୂର୍ଣ୍ଣିମା ନୀତି ନେଇ ହେବ ଚୁଡାନ୍ତ ଆଲୋଚନା

ପୁରୀ(କେନ୍ୟୁଜ୍): ଆଜି ବସିବ ଛତିଶାନିଯୋଗ ବୈଠକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଦେବସ୍ନାନ ପୂର୍ଣ୍ଣିମା ନୀତି ନେଇ ଚୁଡାନ୍ତ ଆଲୋଚନା ହେବ। ଜୁନ୍‌ ୨୪ ତାରିଖରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନଯାତ୍ରା ଦିନ ପୁରୀକୁ ସଂଯୋଗ କରୁଥିବା ପ୍ରବେଶ ପଥରେ ପୋଲିସ ପିକେଟିଂ ସହ ବ୍ୟାରିକେଡ କରିବ। ନିୟୋଜିତ ହେବେ ୩୫ପ୍ଲାଟୁନ୍‌ ପୋଲିସ ଫୋର୍ସ। ୧୨ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯିବ। ପୁରା ସହରର ୫ଟି ପ୍ରବେଶ ପଥରେ ବ୍ୟାରିକେଡ କରାଯିବ। ସ୍ନାନପୂର୍ଣ୍ଣିମା ତିଥିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୧୪୪ଧାରି ଜାରି କରାଯିବ।

ପାଳିଆ ସେବାୟତଙ୍କ ବ୍ୟତୀତ ଅନ୍ୟ କାହାରିକୁ ଭିତରକୁ ଛଡାଯିବନାହିଁ। ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଏକାଦଶ ତିଥିରେ ମହାପ୍ରଭୁଙ୍କ ଋକ୍ମଣୀ ବିବାହ ଉତ୍ସବ ବିଧି ଅନୁସାରେ ପାଳନ କରାଯିବ। ଏପଟେ ଆଜିଠାରୁ ୨୨ ତାରିଖ ପର୍ଯ୍ୟନ୍ତ ସ୍ନାନଯାତ୍ରାରେ ସଂପୃକ୍ତ ସେବାୟତ ମାନଙ୍କର କୋଭିଡ୍‌ ଟେଷ୍ଟ ହେବ। ବଡଦାଣ୍ଡସ୍ଥିତ ଉତ୍କଲ ହିନ୍ଦୀ ବିଦ୍ୟାପୀଠରେ ହେବ ସ୍ୱାବ ଟେଷ୍ଟ। ସକାଳ ୯ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କରାଯିବ କୋଭିଡ୍‌ ଟେଷ୍ଟ। ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ମାନଙ୍କର ମଧ୍ୟ ହେବ କୋଭିଡ୍‌ ଟେଷ୍ଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.