ଆୟକର ବିଭାଗର ନିୟମ: ଜୁନ୍ ୩୦ ପୂର୍ବରୁ ସାରି ଦିଅନ୍ତୁ ଏହି କାମ, ନଚେତ ଗଣିବେ ମୋଟା ଅଙ୍କର ଜରିମାନା

ଦେଶର ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ମଧ୍ୟରୁ ଆଧାର କାର୍ଡ ଓ ପାନ୍ କାର୍ଡ ହେଉଛି ଅନ୍ୟତମ । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲଠାରୁ ନେଇ ବ୍ୟାଙ୍କିଙ୍ଗ କାରବାର ପାଇଁ ପାନ୍ କାର୍ଡ ରହିବା ଆବଶ୍ୟକ । ଏହା ବ୍ୟତିତ ଅନ୍ୟ କେତେକ ଆର୍ଥିକ କାମ ପାଇଁ ପାନ୍ କାର୍ଡ ବାଧ୍ୟତାମୂଳକ ହୋଇଥାଏ । ଏହା ବ୍ୟତିତ ଅନେକ କାର୍ଯ୍ୟ ଓ ପରିଚୟ ପାଇଁ ଆଧାର କାର୍ଡର ବ୍ୟବହାର ହୋଇଥାଏ । ଏଭଳି ପରିସ୍ଥିତିରେ ଇନକମ୍ ଟ୍ୟାକ୍ସ ବିଭାଗ ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ କରିବାର ଶେଷ ତାରିଖ ୩୦ ଜୁନ୍ ୨୦୨୧ ଧାର୍ଯ୍ୟ କରିଛି ।

ଯଦି ୩୦ ଜୁନ ସୁଦ୍ଧା ପାନ୍ କାର୍ଡକୁ ଆଧାର ସହିତ ଲିଙ୍କ ନକରନ୍ତି, ତେବେ ଆପଣଙ୍କୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡିବ । ସୂଚନା ଅନୁଯାୟୀ ଆପଣଙ୍କୁ ପ୍ରାୟ୧୦୦୦ ଟଙ୍କା ଜୋରିମାନା ଦେବାକୁ ପଡିବ । ଆୟକର ଅଧିନିୟମ ୧୯୬୧ରେ ଯୋଡ଼ାଯାଇଥିବା ୨୩୪ ଧାରା ଅନୁସାରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଗତ ମାର୍ଚ୍ଚ ୨୩ରେ ଲୋକସଭାରେ ଫାଇନାନ୍ସ ବିଲ୍-୨୦୨୧ ପାରିତ ହୋଇଥିଲା । ତେଣୁ ସେହି ନିୟମ ଅନୁସାରେ ପାନ୍-ଆଧାର ଲିଙ୍କ୍ ନହେଲେ ଜୋରିମାନା ଲାଗିପାରେ ଏବଂ ପାନ୍ କାର୍ଡ ନିଷ୍କ୍ରିୟ ମଧ୍ୟ ହୋଇଯିବ ।

ଜାଣନ୍ତୁ କେମିତି କରିବେ ପାନ୍-ଆଧାର ଲିଙ୍କ୍:

ଯଦି ଆପଣ ଅନଲାଇନରେ ପାନ-ଆଧାର ଲିଙ୍କ୍ କରିବାକୁ ଚାହୁଛନ୍ତି ତାହେଲେ www.incometax.gov.in ୱେବସାଇଟ୍ କୁ ଯାଆନ୍ତୁ ଏହାପରେ ତଳକୁ ସ୍କ୍ରଲ କରନ୍ତୁ, ଏହାପରେ ଆପଣଙ୍କୁ ସେଠାରେ ‘ଲିଙ୍କ ଆଧାର’ ଅପ୍ସନ ଦେଖାଯିବ ଏହା ଉପରେ କ୍ଲିକ କରନ୍ତୁ ଏବଂ ଏହାପରେ ନୂତନ ପେଜରେ ନିଜର ଆଧାର ଓ ପାନ୍ କାର୍ଡ ନମ୍ବର ଏଣ୍ଟ୍ରି କରିବା ସହ ନିଜ ନାମ ଆଦି ସେଠାରେ ପୂରଣ କରନ୍ତୁ ଏବଂ ଏହାପରେ ଲିଙ୍କ୍ ଆଧାର ବଟନରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ମୋବାଇଲକୁ ଏକ OTP ଆସିବ ଏବଂ ଆପଣ ଏହି OTP ଭେରିଫିକେସନ କରିବାକୁ ପଡ଼ିବ । ଏହା ପରେ ହୋଇଯିବ ପାନ୍ ସହ ଆଧାର ଲିଙ୍କ୍ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.