Below header

ପ୍ରବଳ ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଓ୍ଵାର୍ଲଡ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲର ଦ୍ୱିତୀୟ ଦିନ ଖେଳ ବାଧାପ୍ରାପ୍ତ

କେନ୍ୟୁଜ୍(ବ୍ୟୁରୋ): ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଶନିବାର ଆରମ୍ଭ ହୋଇଥିବା ଓ୍ଵାର୍ଲଡ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲର କ୍ରମାଗତ ଦ୍ୱିତୀୟ ଦିନ ଖେଳ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଶୁକ୍ରବାର ପ୍ରଥମ ଦିନ ଖେଳକୁ ସମ୍ପୂର୍ଣ୍ଣ ବାତିଲ କରିବାକୁ ପଡିଥିଲା। ମାତ୍ର ଦ୍ୱିତୀୟ ଦିନ ଖେଳ ଆରମ୍ଭ ହୋଇଥିଲେ ମଧ୍ୟ ଲାଇଟ୍‌ ଅଭାବରୁ ବାରମ୍ବାର ଖେଳ ବନ୍ଦ କରିବାକୁ ପଡିଥିଲା। ଏହି ସମୟ ନଷ୍ଟ ହେବା ଯୋଗୁ ଜୁଲାଇ ୨୩ରେ ରିଜର୍ଭ ଡେ’କୁ କାମରେ ଲଗାଇବାକୁ ସ୍ଥିର କରାଯାଇଛି। ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଦଳ ଅଧିନାୟକ କେନ୍‌ ଓ୍ଵିଲିମିୟସନ୍‌ ଟସ୍‌ ଜିତିବା ପରେ ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଥିଲେ। କିନ୍ତୁ ମ୍ୟାଚ୍‌ ଡ୍ୟୁକ ବଲ୍‌ରେ ଖେଳାଯାଉଥିଲେ ମଧ୍ୟ ଆଶାନୁଯାୟୀ ସୁଇଂ କିମ୍ବା ମୁଭମେଣ୍ଟ ହୋଇନଥିଲା।

ଏହାକୁ ଢାଲ କରି ଶନିବାର ଖେଳ ବନ୍ଦ ବେଳକୁ ଭାରତ ୩ ଓ୍ଵିକେଟ ବିନିମୟରେ ୧୪୬ ରନ୍‌ ସଂଗ୍ରହ କରିନେଇଛି। ଏହି ସମୟରେ ଅଧିନାୟକ ବିରାଟ କୋହିଲି ୪୪ ଓ ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୨୯ ରନ୍‌ରେ ବ୍ୟାଟିଂ କରୁଥିଲେ । ୮୮ ରନ୍‌ରେ ଚେତେଶ୍ୱର ପୂଜାରା ଆଉଟ ହେବା ପରେ କୋହଲି ଓ ରାହାଣେ ଅଭିବକ୍ତ ଚତୁର୍ଥ ଓ୍ଵିକେଟ୍‌ ପାର୍ଟନରସିପ୍‌ରେ ୧୪୭ ବଲ୍‌ ଖେଳି ୫୮ ରନ୍‌ ସଂଗ୍ରହ କରିବା ସହ ଭାରତର ସମ୍ମାନ ରଖିବାରେ ସମର୍ଥ ହୋଇଥିଲେ। ପୂର୍ବରୁ ଦୁଇ ଓପନର ରୋହିତ ଶର୍ମା ଓ ଶୁବମାନ ଗିଲ୍‌ ଓପନିଂ ପାର୍ଟନରସିପ୍‌ରେ ୨୦.୧ ଓଭରରେ ୬୨ ରନ୍‌ ଉଠାଇ ଭଲ ଆରମ୍ଭ କରିଥିଲେ। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ, କାଏଲ ଜାମସିନ୍‌ ଓ ନେଲ୍‌ ଓ୍ଵାଗନର ଗୋଟିଏ ଲେଖାଏଁ ଓ୍ଵିକେଟ ଅକ୍ତିଆର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.