Below header

କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ, ମହାନଦୀରେ ନଦୀ ବନ୍ଦର କଲେ ପରିଦର୍ଶନ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ । ତାଙ୍କ ସହ ସ୍ୱତନ୍ତ୍ର ସଚିବ ଓ ପରିବହନ ସଚିବ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି । ମହାନଦୀରେ ନଦୀ ବନ୍ଦର ପରିଦର୍ଶନ କରିଛନ୍ତି । ପାରାଦୀପ ଦେଇ ମହାନଦୀର ଜଳପଥରେ ଆଖଡାଶାଳ କ୍ଷେତ୍ର ପରିଦର୍ଶନ କରିଛନ୍ତି । ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ, ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଓ ପାରାଦୀପ ବନ୍ଦରର ପାଇଲଟ୍‌ ଲଞ୍ଚରେ ଯାତ୍ରା କରିଛନ୍ତି ।

ପ୍ରସ୍ତାବିତ ବନ୍ଦର ଲାଗି ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ପୂର୍ବରୁ ରାଜ୍ୟ ସରକାରଙ୍କ ସହ MOU ସ୍ୱାକ୍ଷର କରିଛନ୍ତି । ସହଭାଗିତା ମାଧ୍ୟମରେ ମହାନଦୀରେ ଏହି ନଦୀ ଭିତ୍ତିକ ବନ୍ଦର ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଏହି ପ୍ରସ୍ତାବିତ ବନ୍ଦର ମହାନଦୀ ସଂଲଗ୍ନ ୩୦୦ ଏକର ଅଞ୍ଚଳରେ ପ୍ରତିଷ୍ଠା ଯୋଜନା ରହିଛି । ୪୦୬୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.