ପିଲାଙ୍କର ପଢ଼ାରେ ମନ ଲାଗୁନଥିଲେ ଘରେ ଲଗାନ୍ତୁ ଶୁଆଙ୍କ ଫଟୋ, ବଢ଼ିବ ସ୍ମୃତି ଶକ୍ତି

ଘରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ସମାଧାନ କରିବାକୁ ଚାହୁଁଥିଲେ, ବାସ୍ତୁ ଦୋଷକୁ ସୁଧାରିବା ନିହାତି ଜରୁରୀ। ଘରେ ବାସ୍ତୁ ଦୋଷ ଥିଲେ ଯେତେ ପୂଜା ବିଧି କଲେ ମଧ୍ୟ ତାହା ଦୂର ହୋଇନଥାଏ। କେବଳ ଘରର ସମସ୍ୟା ନୁହେଁ, ପିଲାଙ୍କ ପାଠ ମନେ ନ ରହିବା ପଛରେ ବି ବାସ୍ତୁ ଦୋଷ କାରଣ ହୋଇପାରେ। ଆପଣଙ୍କ ପିଲା ଯଦି ପାଠ ମନେ ରଖିପାରୁନାହିଁ ତେବେ ଏହା ପଛରେ ବାସ୍ତୁ ସମସ୍ୟା ଥାଇପାରେ।

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଶୁଆର ଫଟୋ ଲଗାଇବା ଦ୍ୱାରା ପିଲାଙ୍କର ବୌଦ୍ଧିକ କ୍ଷମତା ବଢ଼ିଥାଏ। ଏଥିସହ ଏକାଗ୍ରତା ମଧ୍ୟ ବଢ଼େ। ଯେଉଁ ପିଲାଙ୍କର ପାଠରେ ମନ ଲାଗୁନାହିଁ ଓ ଖେଳକୁଦରେ ଅଧିକ ସମୟ ମଜ୍ଜି ରହୁଥାନ୍ତି, ସେମାନଙ୍କ ରୁମ୍‌ରେ ଏକ ବଡ଼ ଆକାରର ଶୁଆ ଫଟୋ ଲଗାଇବା ଲାଭଦାୟକ ହୋଇଥାଏ। ପିଲାର ଶୋଇବା ଘରେ କିମ୍ବା ଯେଉଁ ଘରେ ଛୁଆ ପାଠ ପଢ଼ୁଥିବ, ସେଠାରେ ଏକ ବଡ଼ ଶୁଆର ପୋଷ୍ଟର କିମ୍ବା ଚିତ୍ର ଲଗାନ୍ତୁ। ଦେଖିବେ ପିଲାଙ୍କ ମନ ପଢ଼ାରେ ଲାଗି ରହିବ।

ଏହା କେବଳ ପିଲାଙ୍କ କ୍ଷେତ୍ରରେ ନୁହେଁ, ବଡ଼ ଲୋକଙ୍କ ପାଇଁ ମଧ୍ୟ ଏହା ଲାଗୁ ହୋଇଥାଏ। ଏଭଳି କରିବା ଦ୍ୱାରା ଆପଣଙ୍କ ମନ ପଢ଼ାଲେଖାରେ ଲାଗି ରହିବ ଓ ସ୍ମୃତି ଶକ୍ତି ମଧ୍ୟ ବଢ଼ିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.