ଭାଲେଣ୍ଟାଇନ ଡେ’ରେ ମାତୃପିତୃ ପୂଜନ ଦିବସ ପାଳିଲେ କଟକ ଶିଶୁଭବନ ଛାତ୍ରଛାତ୍ରୀ
![guru](https://knewsodisha.com/wp-content/uploads/2020/02/guru.jpg)
କେନ୍ୟୁଜ୍(ବ୍ୟୁରୋ): ଆଜି ହେଉଛି ବିଶ୍ବ ମାତୃପିତୃ ପୂଜନ ଦିବସ। ସାରାବିଶ୍ବରେ ଆଜିର ଦିନରେ ଭାଲେଣ୍ଟାଇନ ଡେ ହୋଇଥିବା ବଳେ ଏହି ମାତୃପିତୃ ପୂଜନ ଦିବସକୁ ଆଜିର ଯୁବପିଢୀ ଭୁଲିଯବାକୁ ବସିଲେଣି। କିନ୍ତୁ ଆଜିର ଦିନର ମହତ୍ତ୍ବକୁ ଭୁଲି ନାହାନ୍ତି କଟକ ଶିଶୁ ଭବନର କୁନିକୁନି ଛାତ୍ରଛାତ୍ରୀ। ମାତୃପିତୃ ପୂଜନ ପରେ ଶିଶୁମାନେ ଭବିଷ୍ୟତରେ ଭଲ ମଣିଷ ହେବୁ ଓ ବାପା ମାଙ୍କ ନାଁ ରଖିବୁ ବୋଲି ଶପଥ ନେଇଥିଲେ। ଶିଶୁ ଭବନର ଏଭଳି କାର୍ଯ୍ୟକ୍ରମ କରୁଥିବାରୁ ଅଭିଭାବକମାନେ ଭୂୟସୀ ପ୍ରଶଂସା କରିଥିଲେ।