ଟେଲିକମ୍ କମ୍ପାନୀଙ୍କ କଣ୍ଟ ପୂରି ଆସୁଛି, ଆଜି ରାତି ୧୧ଟା ୫୯ ସୁଦ୍ଧା ପଇଠ କରିବାକୁ ହେବ ୯୨ ହଜାର କୋଟି
ନୂଆଦିଲ୍ଲୀ : ଆଜି ରାତି ୧୧ଟା ୫୯ ମିନିଟ୍ରେ ସେମାନଙ୍କ ପାଇଁ ନିର୍ଦ୍ଧାରିତ ସମୟ ସୀମା ଶେଷ ହେବ । ଏହି ଆଦେଶ ହେଉଛି ବିପୁଳ ପରିମାଣରେ ଟଙ୍କା ବାକି ରଖିଥିବା ଟେଲିକମ୍ କମ୍ପାନୀଙ୍କ ପାଇଁ । ଏମାନେ ୯୨ ହଜାର କୋଟି ଟଙ୍କା ଦୂର ସଞ୍ଚାର ବିଭାଗ ନିକଟରେ ପଇଠ କରିବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବାକି ରଖିଥିବା କମ୍ପାନୀମାନେ ହେଲେ ଭୋଡାଫୋନ-ଆଇଡିଆ, ଭାରତୀ ଏୟାରଟେଲ୍ ପ୍ରମୁଖ । ତେଣୁ ଦେଖିବାର କଥା ଆଜି ରାତି ଅଧ ସୁଦ୍ଧା ଏମାନେ କଣ କରୁଛନ୍ତି ।