Below header

ଚଳନ୍ତା ଗାଡ଼ିରୁ ଆଖୁ ଚୋରି କରୁଛି ହାତୀ, ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

ହାତୀ ମାନଙ୍କର ପ୍ରିୟ ଖାଦ୍ୟ ଗୁଡିକ ଭିତରେ ଆଖୁ ଅନ୍ୟତମ । ଆଖୁ କିଆରୀରେ ପଶି ଦଳବଦ୍ଧ ହୋଇ ହାତୀ ମାନେ ଆଖୁ ଖାଆନ୍ତି । କିନ୍ତୁ ଚଳନ୍ତା ଗାଡିରେ ଛିଡା ହୋଇ ନିଜ ଜୀବନକୁ ଖାତିର ନ କରି ଅନ୍ୟ ଏକ ଆଖୁ ବୋଝେଇ ଟ୍ରକରେ ନିଆଯାଉଥିବା ଆଖୁକୁ ଭିଡି ଭିଡି ଖାଉଥିବା ଭଳି ଦୃଶ୍ୟକୁ ଆପଣ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିପାରିବେ ନାହିଁ । ହଁ ନିକଟରେ ଘଟିଥିବା ଏପରି ଏକ ଦୃଶ୍ୟ ବିଭିନ୍ନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏହି ଦୃଶ୍ୟଟି ଏତେ ମନୋରମ ଥିଲା ଯେ ରାସ୍ତାରେ ଯାଉଥିବା ଲୋକେ ଦଣ୍ଡେ ଠିଆ ହୋଇ ଦୃଶ୍ୟ ଟିକୁ ବେଶ ଉପଭୋଗ କରିଥିଲେ । ଏହି ଘଟଣା ଟି ଦିନ ଦ୍ବିପହର ସମୟରେ ଘଟିଥିବାରୁ ଏହାକୁ ହାତୀଙ୍କ ଡେ଼ଲିସିଅସ ଲଞ୍ଚ ବ୍ରେକ ବୋଲି ଧରାଯାଉଛି । ଅବଶ୍ୟ ଆଜିକା ସମୟରେ ପୌଷ୍ଟିକ ଭରା ଆଖୁକୁ ନିଜ ନିଜ ଡାଏଟ ପ୍ଲାନ ରେ ବି ସାମିଲ କରିବାକୁ ଡାକ୍ତର ମାନେ ବି ଉପଦେଶ ଦେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.