ପୁଲୱାମା ଆକ୍ରମଣକୁ ପୁରିଲା ବର୍ଷେ, ଓଡିଶାର ଦୁଇ ସୁଯୋଗ୍ୟ ସନ୍ତାନଙ୍କ ସମ୍ପର୍ଣ୍ଣ ହେଲା ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

କେନ୍ୟୁଜ୍(ବ୍ୟୁରୋ): ପୁଲୱାମା ଆକ୍ରମଣକୁ ବର୍ଷେ ପୂରିଛି। ଏଥିରେ କଟକ ଜିଲ୍ଲା ନିଆଳି ଥାନା ରତନପୁରର ଯବାନ ମନୋଜ ବେହେରା ସହିଦ ହୋଇଥିଲେ। ଆଜି ସହିଦ ମନୋଜଙ୍କ ବାସଭବନରେ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ହେଉଛି। ଏହି ଅବସରରେ ସିଆର୍‌ପିଏଫ୍‌ ଡିଆଇଜି ରାମ ଚରିତ ଗାଁରେ ସହିଦ ମନୋଜଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଥିଲେ। ସେହିପରି ସହିଦ ମନୋଜ ବେହେରା ପଢୁଥିବା ଅମରେଶ୍ୱର ହାଇସ୍କୁଲ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି।

manoj behera

ସେହିପରି ସିଆରପିଏଫ ଯବାନ ପ୍ରସନ୍ନ କୁମାର ସାହୁଙ୍କର ସହିଦ ଦିବସ ପାଳିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ପାରିଶିଖର ଗାଁରେ ତିନି ଦିନ ଧରି ଏହାକୁ ପାଳନ କରୁଛି ପ୍ରସନ୍ନ ସାହୁ ସ୍ମୃତି କମିଟି। ଏଥିପାଇଁ ପିଲାମାନଙ୍କ ମଧ୍ୟରେ ଖେଳକୁଦର ଆୟୋଜନ, କବିତା ପାଠୋତ୍ସବ, ରକ୍ତଦାନ ଶିବିର ସହିତ ସ୍ମୃତି ସ୍ତମ୍ଭ ଉନ୍ମୋଚନ, ପ୍ରତିମୂର୍ତ୍ତି ଉନ୍ମୋଚନ, ନାମ ସଂକୀର୍ତ୍ତନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସହିଦଙ୍କ ପୁଅ ଓ ଝିଅ ରକ୍ତଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି କିଛି ପାଳନ କରାଯାଇ ନଥିବା ଅଭିଯୋଗ ଗଗୋଇଛିନାହିଁ। ତାଙ୍କ ନାଁରେ ହେବାକୁ ଥିବା ସ୍କୁଲ, ପାଠାଗାର, ପାର୍କ କିଛି କରାଯାଇନାହିଁ। ପ୍ରସନ୍ନଙ୍କ ପ୍ରତିମୂର୍ତ୍ତି ସ୍ମୃତି କମିଟି ପକ୍ଷରୁ ନିର୍ମାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.