ଖୁବ ଶୀଘ୍ର ବଜାରକୁ ଆସିବ Realme X50 Pro 5G, ଗ୍ରାହକଙ୍କୁ ମିଳିବ ହାଇ-ପାୱାର ବ୍ୟାଟେରୀ ସୁବିଧା

ଚୀନ ଫୋନ ନିର୍ମାତା କମ୍ପାନୀ ରିଆଲମି ନିଜ ପ୍ରଥମ ୫ ଜି ସ୍ମାର୍ଟଫୋନକୁ ଆସନ୍ତା ୨୪ ତାରିଖରେ ବିଶ୍ଵବ୍ୟାପୀ ଲଞ୍ଚ କରିବାକୁ ଯାଉଛି । କମ୍ପାନୀ ନିଜ ଏହି ମଡେଲକୁ ‘ୱାର୍ଲଡ କଂଗ୍ରେସ ୨୦୨୦’ ଇଭେଣ୍ଟରେ ଲଞ୍ଚ କରିବାକୁ ଲକ୍ଷ ରଖିଥିବା ବେଳେ କରୋନା ଭାଇରସ ଭୟରେ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଥିଲା । ତେବେ ଆସନ୍ତୁ ଜାଣିବା ରିୟଲ ମି ଏକ୍ସ ୫୦ ଫୋନର ସମ୍ଭାବିତ ସ୍ପେସିଫିକସନ ଓ ଦର ବିଷୟରେ:

କଣ ରହିଛି ଦର ଓ ସ୍ପେସିଫିକସନ :

-ରିୟଲମି କମ୍ପାନୀ ନିଜ ଅଫିସିଆଲ ଆକାଉଣ୍ଟ ମାଧ୍ୟମରେ କହିଛିକି ନିଜ ଲାଟେସ୍ଟ ସ୍ମାର୍ଟଫୋନ X50 Pro 5Gର ଲଞ୍ଚ ଅନଲାଇନ ମାଧ୍ୟମରେ ହିଁ କରିବ । ସୂତ୍ର ଅନୁଯାୟୀ କମ୍ପାନୀ ଏହି ଫୋନର ମୂଲ୍ୟ ପ୍ରିମିୟମ ରେଞ୍ଜ ଅନୁଯାୟୀ ରଖୁଥିବା ବେଳେ ଏହାର ଅନ୍ୟାନ ସ୍ପେସିଫିକସନ ବିଷୟରେ ଲଞ୍ଚ ପରେ ହିଁ ଜଣା ପଡିବ ।

realme

– କମ୍ପାନୀ ନିଜ ଏହି ସେଟରେ ଏଚଡ଼ି ପ୍ଲସ ଡିଷ୍ପ୍ଲେ ସୁବିଧା ସହ ସ୍ନାପ ଡ୍ରାଗନ ୭୬୫ର ଫାସିଲିଟି ବି ମିଳିପାରିବ । ଅବଶ୍ୟ ଏହାର କ୍ୟାମେରା ବାବଦରେ ଏଯାବତ କୌଣସି ପ୍ରକାରର ସୂଚନା ଦିଆଯାଇନାହିଁ । କମ୍ପାନୀ ଏଥିରେ ୫,୦୦୦ ଏମଏଚ ବ୍ୟାଟେରୀ ସମେତ ବଳୁଟୁଥ, ୱାଇ-ଫାଇ ଓ ଜିପିଏସ ପରି ଫିଚର୍ସ ବି ଯୋଗାଉଛି ।

– କହିରଖିବା ଉଚିତକି ଏହି ଫୋନକୁ କମ୍ପାନୀ ଭାରତୀୟ ବଜାରରେ କିଛି ଦିନ ପାଇଁ ହିଁ ଲଞ୍ଚ କରିଥିଲା । କମ୍ପାନୀ ଏଥିରେ ୬.୫ ଇଞ୍ଚର ଏଚଡ଼ି ପ୍ଲସ ଡ୍ରପ ନଚ ଡିଷ୍ପ୍ଲେର ସୁବିଧା ବି ଦେଇଛି । ସୂତ୍ର ଅନୁଯାୟୀ, ଭଲ ପ୍ରଦର୍ଶନ ପାଇଁ ଏଥିରେ ଅକଟାକୋର ମିଡ଼ିଆଟେକ ହିଲିଓ ଜି ୭୦ ଚିପସେଟ ବି ଦିଆଯାଇଛି । ଯେବେକି ଏହା ଆଣ୍ଡ୍ରଏଡ଼ ୧୦ ଅପରେଟିଙ୍ଗ ସିଷ୍ଟମ ଉପରେ ହିଁ କାମ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.