ରଣଜୀ ଟ୍ରଫି : ଝାଡ଼ଖଣ୍ଡ ବିପକ୍ଷରେ ଓଡ଼ିଶା ପ୍ରଥମ ପାଳିରେ ଆଗୁଆ ରହିବା ରାସ୍ତା ସଫା

କଟକ (କେ ନ୍ୟୁଜ୍‌) : ରଣଜୀ ଟ୍ରଫି ଏଲିଟ୍‌ ଗ୍ରୁପ୍‌ ‘ସି’ ମ୍ୟାଚ୍‌ର ଆଜି ଦ୍ୱିତୀୟ ଦିନରେ ଝାଡ଼ଖଣ୍ଡ ଦଳ ୯ ଓ୍ଵିକେଟ୍‌ରେ ୩୫୫ ରନ୍‌ ସଂଗ୍ରହ କରିଛି । ଶେଷ ଯୋଡ଼ିଙ୍କ ଅସମାପ୍ତ ଦଶମ ଓ୍ଵିକେଟ୍‌ରେ ୪୯ ରନ୍‌ ଯୋଡ଼ିଛନ୍ତି । ତଥାପି ପ୍ରଥମ ପାଳିରେ ଓଡ଼ିଶା ଇନିଂସ୍‌ ଅଗ୍ରଣୀ ନେବା ନିଶ୍ଚିତ ହୋଇଯାଇଛି । କାରଣ ଓଡ଼ିଶା ଦଳ ପ୍ରଥମ ପାଳିରେ ଦେବାଶିଷ ସାମନ୍ତରାୟଙ୍କ ଶତକ ବଳରେ ୪୩୬ ରନ୍‌ କରିଛି । ଏବେବି ଘରୋଇ ଦଳ ଝାଡ଼ଖଣ୍ଡ ଠାରୁ ୮୧ ରନ୍‌ ଆଗରେ ରହିଛି ।
ଆଜି ଝାଡ଼ଖଣ୍ଡ ତରଫରୁ କେ. ସୂରଜ ୧୦୭ ରନ୍‌ କରିଥିବା ବେଳେ ବିରାଟ ସିଂହ ୮୩, ଏସ୍‌.ଏସ୍‌ ରାଜ ୩୦ ରନ୍‌ କରିଥିଲେ । ଶେଷ ଦୁଇ ବ୍ୟାଟ୍ସମ୍ୟାନ୍‌ ଶୁକ୍ଳା ୨୫ ଓ ଯାଦବ ୨୧ ରନ୍‌ କରି ଅପରାଜିତ ଅଛନ୍ତି । ଓଡ଼ିଶା ତରଫରୁ ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ୨ଟି ଲେଖାଏଁ ଏବଂ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.