ଅଭ୍ୟାସ ମ୍ୟାଚ୍ରେ ଜଲଓ୍ଵା ଦେଖାଇଲେ ବିହାରୀ ଓ ପୂଜାରା
ହାମିଲଟନ୍ : ପୁରୁଣା ଫ୍ଲପ୍ ମାରିଲେ । ନୂଆ ଆସି ଚମତ୍କାର ବ୍ୟାଟିଂ କଲେ । ଟେଷ୍ଟ ମ୍ୟାଚ୍ ପୂର୍ବରୁ ଆଜି ଏଠାରେ ନ୍ୟୁଜିଲାଣ୍ଡ ଏକାଦଶ ସହିତ ଆରମ୍ଭ ହୋଇଛି ଭ୍ରମଣକାରୀ ଭାରତୀୟ ଦଳର ତନି ଦିନିଆ ଅଭ୍ୟାସ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରି ପ୍ରଥମ ପାଳିରେ ଭାରତୀୟ ଦଳ ୨୬୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଛି । ଦୁଇ ଯୁବ ଓପ୍ନର ପୃଥ୍ଵୀ ସ ୦ ଏବଂ ମୟଙ୍କ ଅଗ୍ରଓ୍ଵାଲ ୧ ରନ୍ କରି ଆଉଟ୍ ହୋଇଛନ୍ତି । ସେହିପରି ଶୁଭମାନ ଗିଲ ୦, ରାହାଣେ ୧୮, ପନ୍ତ ୭, ରିଧିମାନ ଶାହ ଓ ଅଶ୍ୱିନ୍ ବିନା ସ୍କୋରରେ ଏବଂ ଉମେଶ ଯାଦବ ୯ ଓ ରବୀନ୍ଦ୍ର ଜାଡେଜା ୭ ରନ୍ କରିଥିଲେ । ଦଳର ସମ୍ମାନ ରଖିଥିଲେ ଚେତେଶ୍ୱର ପୂଜାରା ଏବଂ ହନୁମା ବିହାରୀ । ପୂଜାରା ୯୩ ଏବଂ ବିହାରୀ ୧୦୧ ରନ୍ କରିଥିଲେ । ପୂରା ଦଳ ୭୮.୫ ଓଭରରେ ଅଲ୍ଆଉଟ୍ ହୋଇଯାଇଥିଲା । ନ୍ୟୁଜିଲାଣ୍ଡ ଏକାଦଶ ଆସନ୍ତାକାଲି ବ୍ୟାଟିଂ କରିବ ।