ନିର୍ଭୟା ବିଚାରରେ ବିଳମ୍ବ ଦେଖି ମୃତ୍ୟୁ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ଜାରି କଲେ ନୂଆ ଗାଇଡଲାଇନ, ଜାଣନ୍ତୁ କଣ ରହିଛି ଏଥିରେ

ଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଘଟଣାରେ ଫାଶୀରେ ହେଉଥିବା ବିଳମ୍ବକୁ ଦେଖି ସୁପ୍ରିମକୋର୍ଟ ମୃତ୍ୟୁ ଦଣ୍ଡ ସଜା ଉପରେ ଏକ ଗାଇଡ ଲାଇନ ପ୍ରସ୍ତୁତ କରିଛନ୍ତି।  ଯଦି  କୌଣସି ହାଇକୋର୍ଟ କୌଣସି ଅପରାଧୀକୁ ମୃତ୍ୟୁ ଦଣ୍ଡ ଶୁଣାଇଛି ଓ  ସୁପ୍ରିମକୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ସହମତି ଜଣାଇଥାନ୍ତି ତେବେ ୬ ମାସ ମଧ୍ୟରେ ମାମଲାର ୩ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ ଦ୍ବାରା ଶୁଣାଣିର ତାଲିକା ପ୍ରସ୍ତୁତ କରାଯିବ ତେଣିକି ଆବେଦନ ପ୍ରସ୍ତୁତ ହେଉ କି ନହେଉ ।

supreme courtଗାଇଡ ଲାଇନରେ କୁହାଯାଇଛି ଯେ  ମାମଲା ତାଳିକାଭୁକ୍ତ ହେବା ପରେ ସୁପ୍ରିମକୋର୍ଟ ରେଜିଷ୍ଟ୍ରୀ ଏହି ସମ୍ବନ୍ଧରେ ମୃତ୍ୟୁ ଦଣ୍ଡ ଶୁଣାଇଥିବା ଅଦାଲତକୁ ଏହାର ସୂଚନା ଦେବ।  ଏହାର ୬୦ ଦିନ  ଭିତରେ କେସ ସମ୍ବନ୍ଧିତ ସବୁ ରେକର୍ଡ ସୁପ୍ରିମକୋର୍ଟକୁ ପଠାଯିବ କିମ୍ବା ଯେଉଁ ସମୟ ଅଦାଳତ ନିର୍ଣ୍ଣୟ କରିବେ ତାହାର ପାଳନ କରାଯିବ।  ଯଦି ଏହି ସମ୍ବନ୍ଧରେ କୌଣସି ଅତିରିକ୍ତ ଦସ୍ତାବିଜ୍ ଟାନ୍ସଲେସନ ଦେବାକୁ ଥାଏ ତେବେ ତାହା ମଧ୍ୟ ଦିଆଯିବ।

supreme_courtଗାଇଡ ଲାଇନ ମୁତାବକ, ରେଜିଷ୍ଟ୍ରୀ ପକ୍ଷକାରୀଙ୍କ ଅତିରିକ୍ତ ଦସ୍ତାବିଜ୍ ପାଇଁ ୩୦ ଦିନ ଅଧିକ ସମୟ ଦେଇ ପାରିବେ ।  ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ପ୍ରକ୍ରୀୟା ପୂରା ହେଉନାହିଁ ତେବେ ମାମଲା ରେଜିଷ୍ଟାର ପାଖରେ ନୁହିଁ  ବରଂ ଜଜଙ୍କ ଚ୍ୟାମ୍ବରରେ ତାଲିକାଭୁକ୍ତ କରାଯିବ ଓ ଜଜ୍ ଚ୍ୟାମ୍ବରରେ ବିଚାର କରି ଆଦେଶ ଜାରି କରିବେ।

supreme court

ଏହା ପୂର୍ବରୁ  ଦିଲ୍ଲୀରେ  ଏକ ଅଦାଳତ  ଗୁରୁବାର ଦିନ ନିର୍ଭୟା ଦୁଷ୍କର୍ମ ମାମଲାରେ ଡେଥ ୱାରେଣ୍ଟ ଜାରି କରିବା ପିଟିସନ ଉପରେ  ଶୁଣାଣି ୧୭ ଫେବୃଆରୀ ପର୍ଯ୍ୟନ୍ତ ସ୍ଥଗିତ କରିଦେଇଛନ୍ତି। ଅଦାଲତ ଅନୁଭବ କରିଛନ୍ତି  ଦୋଷୀ ନିଜର କାନୁନ ଉପାୟର ଉପଯୋଗ କରିବାର ହକଦାର ଅଟନ୍ତି ଓ ସେମାନଙ୍କର ମୌଳିକ ଅଧିକାରକୁ ଅଣଦେଖା କରାଯାଇପାରିବ ନାହିଁ। ଏହା ବ୍ୟତିତ ଅଦାଲତ ଗୁରୁବାର ଦିନ ନିର୍ଭୟା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରବକ୍ତା ରବି କାଜୀଙ୍କ ଦୋଷୀମାନଙ୍କ ମଧ୍ୟରୁ  ପବନ ଗୁପ୍ତା ତରଫରୁ  ପ୍ରତିନିଧିତ୍ବ  କରିବା  ପାଇଁ  ନିଯୁକ୍ତ କରିଥିଲେ। ଚାରି ଦୋଷୀମାନଙ୍କ ମଧ୍ୟରୁ କେବଳ ପବନ ପାଖରେ ଅଛି ସୁଧାରତ୍ମକ ଓ ରାଜକ୍ଷମା ଆବେଦନ ପିଟିସନର ବିକଳ୍ପ ଅଛି।